କନକ ବ୍ୟୁରୋ : ଭୁବନେଶ୍ୱରରେ ଡକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ହଷ୍ଟେଲ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଫ୍ୟାନରେ ଓଢ଼ଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଭରତପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତ ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସେ ବିଡିଏସ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଘରୋଇ ମେଡ଼ିକାଲ କଲେଜରେ ଦନ୍ତ ବିଭାଗରେ ପାଠ ପଢ଼ୁଥିଲେ । ହଷ୍ଟେଲ ରୁମରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏ ନେଇ ପରିବାର ଲୋକଙ୍କୁ ଅବଗତ କରିଛି ପୋଲିସ । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି ।