ବିଶ୍ୱକୁ ଚକିତ କରିଦେଲେ ୧୦ ବର୍ଷର ନାବାଳିକା । ଗୋଟିଏ ମାସରେ ରୋଜଗାର କଲେ ୧ କୋଟି ଟଙ୍କା, ଜାଣନ୍ତୁ କେମିତି ?

343

କନକ ବ୍ୟୁରୋ : ଏବେ କରୋନା କାଳରେ ବିଶ୍ୱରେ ବେରୋଗାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଲୋକଙ୍କୁ ନିର ଯୋଗ୍ୟତା ମୁତାବକ ଦରମା ମିଳିପାରୁ ନାହିଁ । ଏହାରି ଭିତରେ ଜଣେ ୧୦ ବର୍ଷର ନାବାଳିକା ଗୋଟିଏ ମାସରେ ୧ କୋଟି ଟଙ୍କା ରୋଜଗାର କରିବା ଆପଣଙ୍କୁ ଅସମ୍ଭବ ଲାଗିପାରେ । ହେଲେ ଏହା ସତ । ଅଷ୍ଟ୍ରେଲିଆର ଏହି ୧୦ ବର୍ଷିୟ ନାବାଳିକା ନିଜର ଖେଳନା ବ୍ୟବସାୟରେ ଏତେ ଟଙ୍କା ରୋଜଗାର କରିଛନ୍ତି କି ଆଗାମୀ ୫ ବର୍ଷ ମଧ୍ୟରେ ସେ ଯଦି ବ୍ୟବସାୟରୁ ଅବସର ନିଅନ୍ତି ତେବେ ବି ତାଙ୍କ ସାରା ଜୀବନ ସୁରୁଖୁରୁରେ କଟିଯିବ ।

ପିକ୍ସି କାର୍ଟିସ ନାମକ ଏହି ୧୦ ବର୍ଷିୟା ନାବାଳିକାଙ୍କୁ ଏହି ବ୍ୟବସାୟ କ୍ଷେତ୍ରରେ ତାଙ୍କ ମା ବହୁତ ସହଯୋଗ କରିଛନ୍ତି । ସବୁଠାରୁ ବଡକଥା କି ଏହି ଖେଳନା ବ୍ୟବସାୟରେ ପିକ୍ସି ଗତମାସରେ ୧ କୋଟି ୪ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ‘ଦ ମୀରର’ ର ଖବର ମୁତାବକ ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସି ନିଜ ମାଙ୍କ ସହ ମିଶି ରଙ୍ଗିନ ଖେଳାନା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହି ଖେଳନାର ଡିମାଣ୍ଡ ଏତେ ଯେ ଏହା ହାତକୁ ହାତ ବିକ୍ରି ହୋଇଯାଉଛି । ଏହାସହ ପିକ୍ସିଙ୍କ ନାମରେ ଏକ ହେୟାର ଏକ୍ସସରୀ ବ୍ରାଣ୍ଡ ବି ରହିଛି । ଏହି ବ୍ରାଣ୍ଡରେ ବହୁତ ସୁନ୍ଦର ହେଡବ୍ୟାଣ୍ଡ , କ୍ଲିପ ସହ ଅନ୍ୟ ସାମଗ୍ରୀ ସାମିଲ ହୋଇଛି ।

ଏକ ଇଣ୍ଟରଭ୍ୟୁରେ ପିକ୍ସିଙ୍କ ମା କହିଥିଲେ କି ମୋ ପାଖରେ ଥିବା ଉଦ୍ୟମଶୀଳତା ଭାବନା ମୋ ଝିଅ ପାଖରେ ଏତେ କମ ବୟସରେ ଦେଖାଦେବା ଏକ ଆଶ୍ଚର୍ଯ୍ୟଜନକ କଥା । ମୁଁ ଉଦ୍ୟୋଗ କରି ସଫଳ ହେବାକୁ ଚେଷ୍ଟା କରି ବିଫଳ ହୋଇଥିଲି । ହେଲେ ଏବେ ମୋ ଝିଅ ପାଇଁ ମୋ ସ୍ୱପ୍ନ ବି ପୂରଣ ହୋଇଛି ।