ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ସିନେମାରେ କାମ ଦେବାକୁ କହି ଯୁବତୀଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ ।

ପାଲଟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ପ୍ରଯୋଜକ

1,549

କନକ ବ୍ୟୁରୋ: ଫିଲ୍ମ ପ୍ରଡ୍ୟୁସରଙ୍କ ଭିଡିଓ ଭାଇରାଲ । ବରିଷ୍ଠ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଅଭିଯୋଗ ଆସିଛି ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିଛନ୍ତି ଅକ୍ଷୟ ପରିଜା । ଅଭିଯୋଗ ପରେ ଫିଲ୍ମ ଜଗତରେ ଚହଳ ପଡିଛି । ଯୁବତୀ ଜଣକ କାଷ୍ଟିଂ କାଉଚର ଅଭିଯୋଗ ଆଣିଛନ୍ତି ହେଲେ କୌଣସି ଏଫଆଇଆର ହୋଇନଥିବା ଜଣାପଡିଛି । ଏପଟେ ଘରକୁ ଡାକି ଭିଡିଓ କରିବା ପରେ ଯୁବତୀ ତାଙ୍କୁ ବ୍ଲାକମେଲ କରୁଥିବା ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା । ତେଣୁ ପ୍ରଶ୍ନ ଉଠୁଛି ଏହା କାଷ୍ଟିଂ କାଉଚ ନା ବ୍ଲାକମେଲିଂ ।

  • ଫିଲ୍ମ ପ୍ରଯୋଜକଙ୍କ ଭିଡିଓ ଭାଇରାଲ
  • କାଷ୍ଟିଂ କାଉଚ ନା ବ୍ଲାକମେଲିଂ

ଏଥର କୌଣସି ଫିଲ୍ମ ହିରୋ ନୁହେଁ ବରଂ ପ୍ରଯୋଜକଙ୍କ ନାଁର ଆସିଛି ଯୌନ ଶୋଷଣର ଅଭିଯୋଗ । ଏ ନେଇ ବରିଷ୍ଠ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ଆସିଛି ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିଛନ୍ତି ଅକ୍ଷୟ ପରିଜା । ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ହେଲା, ଦୁଇ ବର୍ଷ ତଳେ ସେ ଅକ୍ଷୟ ପରିଜାଙ୍କୁ ଭେଟି ଫିଲ୍ମ ଓ ବ୍ୟବସାୟରେ କାମ କରିବାକୁ ଅନୁରୋଧ କରିଥିଲେ । ଏଥିପାଇଁ ତାଙ୍କଠାରୁ ପ୍ରତିଶୃତି ବି ପାଇଥିଲେ । ପରେ ମଉକା ଦେଖି ତାଙ୍କ ଘରକୁ ଯାଇ ଶାରିରୀକ ସମ୍ପର୍କ ରଖିଥିଲେ । ସେହି ସମୟର ଭିଡିଓ ସୁଟିଂ କରି ପରେ ଏହାକୁ ଭାଇରାଲ କରିବାର ଧମକ ଦେଇ ଯୌନ ଶୋଷଣ କରୁଥିଲେ ।

  • ପାଲଟା ଅଭିଯୋଗ ଆଣିଲେ ପ୍ରଯୋଜକ
  • ୫ କୋଟି ଟଙ୍କା ନ ଦେଲେ ବ୍ଲାକମେଲିଂ ଧମକ

ସେପଟେ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅଭିଯୋଗ ଅନୁସାରେ, ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରିବା ପରେ ବ୍ଲାକମେଲିଂ କରାଯାଉଛି । ତାଙ୍କ ଠାରୁ ୫କୋଟି ଟଙ୍କା ଦାବି କରାଯାଉଛି, ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଉଛି ।

  • ସୋସିଆଲ ମିଡିଆରେ ଭାଇରାଲ ଏଫଆଇଆର କପି
  • ତଦନ୍ତ ହେଲେ ବାହାରିବ କି ସତ ?

ଯୁବତୀ ଜଣକ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିବା ବେଳେ ଏକ ଏଫଆଇଆର କପି ମଧ୍ୟ ଭାଇରାଲ ହେଉଛି । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏହି ଏଫଆଇଆର ହୋଇଥିବା ଦାବି କରାଯାଉଥିବା ବେଳେ ଥାନାରେ ସେଭଳି କୌଣସି ଏଫଆଇଆର ହୋଇନଥିବା ଜଣାପଡିଛି । ସାଙ୍ଗରେ ଭିଡିଓ ପ୍ରମାଣ ରଖିଥିଲେ ବି ଯୁବତୀ ଜଣକ କାହିଁକି ଥାନାରେ ଅଭିଯୋଗ କରିନାହାନ୍ତି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଆଉ ଘଟଣା ସଂପୂର୍ଣ୍ଣ ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । ବଡ଼ କଥା ହେଉଛି, ଯୁବତୀଙ୍କ ଅଭିଯୋଗର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ଆସିବାକୁ ଲାଗିଲାଣି । ତେଣୁ କିଏ ଏହି ଭିଡିଓ ଭାଇରାଲ କରୁଛି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।