ଆଜି ଶ୍ରୀମନ୍ଦିରରେ ପାଳିତ ହେବ ଓଢଣୀ ଷଷ୍ଠୀ । ମହାପ୍ରଭୁଙ୍କ ହେବ ଘୋଡଲାଗି ନୀତି। ଶୀତବସ୍ତ୍ର ପରିଧାନ କରିବେ କାଳିଆ ଠାକୁରେ

118

କନକ ବ୍ୟୁରୋ:  ଆଜି ମାର୍ଗଶିର ମାସ ଶୁକ୍ଲ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣୀ ଷଷ୍ଠୀ  ।  ମହାପ୍ରଭୁଙ୍କ ହେବ ଘୋଡଲାଗି ନୀତି । ଠାକୁରେ ଶୀତବସ୍ତ୍ର ପରିଧାନ କରିବେ ।  ଶ୍ରୀମନ୍ଦିରର ପାରମ୍ପାରିକ ଦରଜି ସେବକ  ଏହି ଘୋଡ ପ୍ରସ୍ତୁତ କରି  ଶ୍ରୀମନ୍ଦିର ଗାରଦରେ ଜିମା ଦେଇଛନ୍ତି ।  ପତନୀ, ଗୀତଗୋବିନ୍ଦ ପାଟ ଓ  ସୂତାପଟାରେ ଠୁାକରଙ୍କ ଶୀତବସ୍ତ୍ର ତିଆରି କରାଯାଇଛି ।

ପଂଚମୀ ଦିନ ରାତିରେ  ଠାକୁରଙ୍କ ଚନ୍ଦନଲାଗି ନୀତି ସରିଥିଲା  । ପରେ ୩ ଠାକୁରଙ୍କ ପାଇଁ ଘୋଡ ସହିତ ବିମଳା, ସରସ୍ୱତୀ, ଲକ୍ଷ୍ୀ ତଥା ମଦନମୋହନଙ୍କ ଘୋଡ  ଅଧିବାସ ହୋଇଥିଲା ।  ଆଜି ଠାକୁରଙ୍କ ଘୋଡ ଲାଗି କରାଯାଇ ୬ ମୂର୍ତି ଅଳଙ୍କାର କରାଯିବ ।  ଶୀତ ୪ ମାସ ପାଇଁ ମହାପ୍ରଭୁଙ୍କ ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ  ମାଘ ସପ୍ତମୀ ଯାଏଁ  ଏହି ଘୋଡ ଲାଗି ନୀତି ହେବ ।