ଉତ୍ତରପ୍ରଦେଶରେ ପୁଣି ଭିଡ଼ ହିଂସା : ପଥରମାଡରେ ପୁଲିସ ନିହତ, ୪ଗୁରୁତର

 ସଂରକ୍ଷଣ ଦାବିରେ ନିଶାଦ ପାର୍ଟିର ସଦସ୍ୟ ମାନେ ବିକ୍ଷୋଭ କରିବାବେଳେ ଅଘଟଣା 

87

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ପୁଣି ଭିଡ ହିଂସା । ୟୁପିର ଗାଜିପୁରରେ ପ୍ରଧାନମନ୍ତ୍ରୀଙ୍କ ରାଲିରୁ ଫେରୁଥିବା ପୁଲିସ କର୍ମଚାରୀଙ୍କ ଉପରକୁ ପଥର ମାଡରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ଏଥିରେ ଆଉ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ନିହତ କନେଷ୍ଟବଳ କାରିମୁଦ୍ଦିନପୁର ଥାନାରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ନାମ ସୁରେଶ ବତ୍ସ ବୋଲି ଜଣାପଡିଛି । ନିଶାଦ ପାର୍ଟି ସମର୍ଥକମାନେ ସଂରକ୍ଷଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେହି ରାସ୍ତା ଦେଇ ପୋଲିସ କର୍ମଚାରୀମାନେ ଫେରୁଥିଲେ ।

https://www.dnaindia.com/

ବିକ୍ଷୋଭକାରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ୱରେ  ଅଟକି ରହିଥିଲା । ଏହାଦେଖି ପୁଲିସ କର୍ମଚାରୀ ହସ୍ତକ୍ଷେପ କରିଥିଲେ । ଏଥିରେ ଉତ୍ୟକ୍ତ ଲୋକ ପୋଲିସଙ୍କୁ ଉପରକୁ ଆକ୍ରମଣ କରିଥିଲେ । ଜଣେ ବିକ୍ଷୋଭକାରୀ ଏକ ବଡ ପଥରରେ ସୁରେଶଙ୍କୁ ଆଘାତ କରିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ତେବେ ଆକ୍ରମଣ ପରେ ବିକ୍ଷୋଭକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ସୁରେଶଙ୍କୁ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ପହଁଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ଅଭିଯାଜନ ଜାରି ରଖିଛି ପୋଲିସ୍ । ଏହି ଅଭାବନୀୟ ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛି ସରକାର ।