କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା । ରାହୁଲଙ୍କ ପୂର୍ବରୁ ଗୋଗେଇଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ କଲା ଶାସକ ଦଳ ।
ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କରିବା ସହ ଗୌରବ ଗୋଗେଇ ୩ଟି ପ୍ରଶ୍ନ ମଧ୍ୟ ରଖିଛନ୍ତି । ଗୃହରେ ଗୌରବ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ । ଏହାସହ ଗୋଗେଇ କହିଛନ୍ତି,
- ମଣିପୁରକୁ କାହିଁକି ଯାଉନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ?
- ମଣିପୁର ଉପରେ କହିବାକୁ ମୋଦୀଙ୍କୁ ୮୦ ଦିନ କାହିଁକି ଲାଗିଲା? ଆଉ ତାହା ବି ପୁଣି ମାତ୍ର ୩୦ ସେକେଣ୍ଡର ମନ୍ତବ୍ୟ । ପ୍ରଧାନମନ୍ତ୍ରୀଙ୍କ ବୟାନରେ ଯେଉଁ ଶକ୍ତି ଅଛି ତାହା କୌଣସି ସାଂସଦ କିମ୍ବା ମନ୍ତ୍ରୀଙ୍କ ବୟାନରେ ନଥାଏ । ତେଣୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଆବଶ୍ୟକ?
- ପ୍ରଧାନମନ୍ତ୍ରୀ ଏବେ ପର୍ଯ୍ୟନ୍ତ କାହିଁକି ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ନାହାନ୍ତି? ଗୁଜୁରାଟ,ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବଦଳାଇ ଯାଇ ପାରୁଛି କିନ୍ତୁ ମଣିପୁରରେ କାହିଁକି ନୁହେଁ ।
Congress MP Gaurav Gogoi says, "PM took a 'maun vrat' to not speak in the Parliament. So, we had to bring the No Confidence Motion to break his silence. We have three questions for him - 1) Why did he not visit Manipur to date? 2) Why did it take almost 80 days to finally speak… pic.twitter.com/aILFF6UW6G
— ANI (@ANI) August 8, 2023
- ମଣିପୁରର ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ
- ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ
- ବିଜେପି ରାଜନୀତି ପାଇଁ ଆଜି ମଣିପୁର ଦୁଇଫାଳ
- ମଣିପୁରରେ ଆଜି ବି ଇଣ୍ଟରନେଟ ନାହିଁ, ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି
- ଭିଡ଼ିଓ ଭାଇରାଲ ହୋଇନଥିଲେ ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ରହିଥାନ୍ତେ
- ରାଜ୍ୟ ସରକାରଙ୍କ ଛବି ଖରାପ ନହେଉ ସେଥିପାଇଁ ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି
- ଆଜି କେନ୍ଦ୍ର ସରକାରଙ୍କ ଗୃହବିଭାଗ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବିଫଳ ହୋଇଛନ୍ତି
- ମଣିପୁରବାସୀ ଆସି ନ୍ୟାୟ ମାଗୁଛନ୍ତି
- ଆସାମ ରାଇଫଲ୍ସକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଉଛି
- ମଣିପୁରର ପୋଲିସ ଆସାମ ରାଇଫଲ୍ସ ଉପରେ ପ୍ରଶ୍ନ ଉଠାଉଛନ୍ତି
- କେନ୍ଦ୍ର ଓ ମଣିପୁର ସରକାର କାର୍ଯ୍ୟରେ ସନ୍ତୁଷ୍ଟ ନହୋଇ ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି
- ନିର୍ବାଚନରେ ଏକ ଉଗ୍ରବାଦୀ ଗ୍ରୁପର ସହାୟତା ନେଇଥିଲା
- ପ୍ରଧାନମନ୍ତ୍ରୀ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି । ମୌନ ରହିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଜନତାଙ୍କ ସାମ୍ନାରେ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି ମୋଦୀ ।
- ଭାରତ ପାଇ ପଦକ ଆଣିଥିବା ମହିଳା କୁସ୍ତିଯୋଦ୍ଧା ଯେତେବେଳେ ସଡକରେ ବିରୋଧ କରୁଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ
- କୃଷି ଆନ୍ଦୋଳନରେ ୭୫୦ ଚାଷୀ ଭାଇଙ୍କ ଜୀବନ ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ ଥିଲେ
- ଦିଲ୍ଲୀରେ ହିଂସା ବେଳେ ପ୍ରଧାନମନ୍ତ୍ରୀ ମୌନ ଥିଲେ
- ଅଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀ ମୌନ ଥିଲେ
- ପୁଲୱାମା ଘଟଣା ପୂର୍ବରୁ ସେନା ଯବାନଙ୍କ ପାଇଁ ସୁରକ୍ଷା ମାଗିଥିବା ନେଇ କହିଥିଲେ ପୂର୍ବତନ ରାଜ୍ୟପାଳ । କିନ୍ତୁ କୌଣସି ସୁରକ୍ଷା ମିଳିନଥିଲା । ରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ମୌନ ରହିଥିଲେ ।
- କୋଭିଡରେ ଲୋକେ ଅକ୍ସିଜେନ୍ ଖୋଜୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ପ୍ରଚାର କରୁଥିଲେ
- ମଣିପୁରରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା, ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଭୋଟ ମାଗୁଥିଲେ ।
- ଏହା କେମିତିକା ରାଷ୍ଟ୍ରବାଦ, ଯିଏ ଦେଶ ଠାରୁ ଅଧିକ ଶାସନ କ୍ଷମତାକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/F2_VA1MbYAAyYOr.jpg)