ଅଙ୍ଗନୱାଡ଼ି କେନ୍ଦ୍ରରେ ଜଳିବନି କାଠ ଚୁଲି : ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କ ନିଆରା ପଦକ୍ଷେପ

ଧୂଆଁ ଦୂର କରିବା ପାଇଁ ରୋଷେଇ ଗ୍ୟାସ୍ ଯୋଗାଇଲେ ଜିଲ୍ଲାପାଳ ସୁରେନ୍ଦ୍ର ମୀନା

91

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାର ଥିବା କୌଣସି ବି ଅଙ୍ଗନୱାଡି କେନ୍ଦ୍ରରେ ଏଣିକି କାଠ ଚୁଲାରେ ରୋଷେଇ ହେବନି  । ଏଥିପାଇଁ ନିଆରା ପଦକ୍ଷେପ ନେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରତ୍ୟକ କେନ୍ଦ୍ରକୁ ଗ୍ୟାସ ଚୁଲା ଯୋଗାଇ ଦେବା ସହ କାଠ ଚୁଲାକୁ ହଟାଇ ଦେଇଛନ୍ତି । ପ୍ରତ୍ୟକ ଅଙ୍ଗନୱାଡି କେନ୍ଦ୍ର ପାଇଁ ଗ୍ୟାସ ଚୁଲାର ବ୍ୟବସ୍ଥା କରିଛନ୍ତି । ହେମଗିରି ବ୍ଲକରେ ଥିବା ୧୬୦ଟି ଅଙ୍ଗନୱାଡି କେନ୍ଦ୍ରରୁ କାଠ ଚୁଲା ହଟାଇ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । 

ହେମଗିରି ବ୍ଲକ ଅଙ୍ଗନୱାଡି କର୍ମୀଙ୍କ ସଭାରୁ ଜିଲ୍ଲାପାଳ କାଠ ଚୁଲା ହଟାଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏବଂ ପ୍ରତ୍ୟକ କେନ୍ଦ୍ର ପାଇଁ ଗ୍ୟାସ ଚୁଲା ଓ ସିଲିଣ୍ଡର ପ୍ରଦାନ କରାଯାଇଛି ।  କୋମଳମତି ଶିଶୁମାନଙ୍କୁ ଧୂଆଁ କବଳରୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ସେ କହିଛନ୍ତି ଶିଶୁର ସୁଖଦ ଭବିଷ୍ୟତ ଗଠନ କରିବାକୁ ହେଲେ ଆଜିର ଶିଶୁକୁ ପ୍ରଥମେ ସୁସ୍ଥ କରିବାକୁ ପଡିବ ।