ସାଧାରଣ ନିର୍ବାଚନ ପୂର୍ବରୁ ଉଷ୍ମ ହେଲାଣି ଗଞ୍ଜାମ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତପୂର୍ବରୁ ଦିଗପହଣ୍ଡି ଗୋକର୍ଣ୍ଣପୁର ଠାରେ ବିଶାଳ ସମାବେଶ 

180

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଏବେଠୁ ସରଗରମ ହେଲାଣି ଗଞ୍ଜାମ ରାଜନୀତି । ବିଭିନ୍ନ ରାଜନିତିକ ଦଳଗୁଡ଼ିକ ସାଧାରଣ ସଭା କରି ମୁଖିଆଙ୍କ ନିକଟତର ହେବା ପାଇଁ ଅଣ୍ଟା ଭିଡିଲେଣି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ଆଜି ଦିଗପହଣ୍ଡି ଗୋକର୍ଣ୍ଣାପୁରଠାରେ ବିଶାଳ ମହିଳା ସମାବେଶ ରାଜନୀତିକୁ ଆହୁରି ଉଷ୍ମ କରିଛି । ପୂର୍ବତନ ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅସୁସ୍ଥତା ପରେ ପୁଅ ବିପ୍ଳବ ପାତ୍ର ଟିକେଟ ପାଇଁ ଆଶାୟୀ ଥିବାର ଚର୍ଚ୍ଚା ହେଉଛି । ବିଭିନ୍ନ ସଭାସମିତିରେ ତାଙ୍କୁ ଦେଖିବାକୁ ମିିଳୁଛି । ଅପରପକ୍ଷେ ପୂର୍ବତନ ଚାରି ଚାରି ଥର ବ୍ଲକ ଅଧ୍ୟକ୍ଷ ରହିଆସିଥିବା ତଥା ପୂର୍ବତନ ଜିଲ୍ଲାପରିଷଦ ଥିବା ବିପିନି ପ୍ରଧାନ ମଧ୍ୟ ସମାନ୍ତରାଳ ଭାବେ ବିଭିନ୍ନ ସଭା ସମିତି କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି । ଆଜି ଗୋକର୍ଣ୍ଣପୁର ଠାରେ ଉଭୟ କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକରୁ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଗାଁ ପରିକ୍ରମା କରିବା ପରେ ଏକ ସମାବେଶରେ ଯୋଗଦେଇଥିଲେ ।