ଗଂଜାମର ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଅସନ୍ତୋଷ ପରେ ସ୍ପଷ୍ଟିକରଣ ରଖିଲେ ଜିଲ୍ଲାପାଳ: କହିଲେ, ପର୍ଯ୍ୟାପ୍ତ ପରିମାଣର ରହିଛି ମେଡିକାଲ ସୁବିଧା; ଭୟଭୀତ ନହୋଇ, ଲକ୍ଷଣ ଥିଲେ କରାନ୍ତୁ କରୋନା ପରୀକ୍ଷା

ପୂର୍ବରୁ ଗଂଜାମର ସ୍ଥିତି ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟ ସଚିବ

240

କନକ ବ୍ୟୁରୋ: ଗଂଜାମର କରୋନା ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଅସନ୍ତୋଷ ପରେ ସ୍ପଷ୍ଟିକରଣ ରଖିଛନ୍ତି ଜିଲ୍ଲାପାଳ । ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଜିଲ୍ଲାରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରଖିଲେ ତଥ୍ୟ । ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଛନ୍ତି ପ୍ରାୟ ୭୮ ପ୍ରତିଶତ ଲୋକ । ଯେଉଁମାନେ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ଅନ୍ୟଙ୍କୁ ସଚେତନ କରାଉଛନ୍ତି ।

ଘରକୁ ଘର ଯାଇ ସର୍ଭ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲକ୍ଷଣ ଥିଲେ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଆହ୍ୱାନ କରାଯାଉଛି । ଆକ୍ରାନ୍ତ ଚିହ୍ନଟ ହେଲେ ସଂପୃତ ଅଂଚଳକୁ ଅବରୋଧ ଅଂଚଳ କରାଯାଇଛି । ଅବରୋଧ ଅଂଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି ।  ଜିଲ୍ଲାରେ କରୋନା ଟେଷ୍ଟ ୩ଗୁଣା ବଢ଼ିଛି । ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି । ୯୦ଟି ଆଇସିୟୁ ୟୁନିଟ ଥିବା ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ଼ ଅଛି । ଲକ୍ଷଣ ନଲୁଚେଇ ଆଗକୁ ଆସି ଟେଷ୍ଟ କରନ୍ତୁ, ସ୍ୱାସ୍ଥ୍ୟ ସେବା ନେଇ କୌଣସି ଚିନ୍ତା କରନ୍ତୁ ନାହିଁ । ଗଂଜାମରେ ୪୭୨ ଲୋକ ପ୍ଲାଜମା ଦାନ ପାଇଁ ଆଗକୁ ଆସିଥିବା କହିଛନ୍ତି ଜିଲ୍ଲାପାଳ ।