ଅଦା ବୋଝେଇ ଗାଡିରେ ଚାଲାଣ ହେଉଥିଲା ସବୁଜ ଜହର । ଜୟପରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ସଦର ପୁଲିସ 

76

କନକ ବ୍ୟୁରୋ: ପୁଣି ଧରାପଡ଼ିଲା ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ  । ବାହାର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ୍ ଟ୍ରକ ସହ ଜଣେ ଜଣକୁ ଗିରଫ କରିଛି  । ଜବତ ଗଞ୍ଜେଇ ପରିମାଣ ପ୍ରାୟ ଏକ ଟନ୍ ହେବ  ।

ଏକ ହଜାର ଏକ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ  ।  ଅଦା ବସ୍ତା ଭିତରେ ରଖି ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା  । ଏହି ଘଟଣାରେ ୯୩ ବସ୍ତା ଅଦା ସହ ଟ୍ରକ ମଧ୍ୟ ଜବତ କରିଛି ପୋଲିସ୍ ।