ଗଂଜେଇ ଚାଲାଣର ନୂଆ ତରିକା : ପଣସ ବୋଝେଇ ଟ୍ରକରେ ବାହାର ରାଜ୍ୟକୁ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଚାଲାଣ; କୋରାପୁଟ ଲମତାପୁଟରେ ଧରିଲା ପୋଲିସ

59

କନକ ବ୍ୟୁରୋ : ଗଂଜେଇ ଚାଲାଣର ନୂଆ ତରିକା ସାମ୍ନାକୁ ଆସିଛି । ପଣସ ବୋଝେଇ ଟ୍ରକରେ ବାହାର ରାଜ୍ୟକୁ ହେଉଛି କୁଇଁଟାଲ କୁଇଁଟାଲ ଗଂଜେଇ ଚାଲାଣ । କୋରାପୁଟ ଲମତାପୁଟରେ ଏପରି ଏକ ଗଂଜେଇ ଚାଲାଣ ଗାଡିକୁ ଧରିଛି ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଲମତାପୁଟ ପୋଲିସ ଗାଡି ଯାଂଚ କରୁଥିବା ସମୟରେ ବଡ଼ପଡା ଘାଟି ନିକଟରୁ ଏକ ଦଶଚକିଆ ପଣସ ବୋଝେଇ ଟ୍ରକକୁ ଅଟକାଇ ଥିଲା ।

ପୋଲିସ ଗାଡିକୁ ଦେଖି ଗଞ୍ଜେଇ ଚୋରା ଚାଲାଣ କାରୀ ଚମ୍ପଟ ମାରୁଥିବା ବଳେ ଲମତାପୁଟ ପୋଲିସ ସେମାନଙ୍କୁ କାବୁ କରିଥିଲା । ଟ୍ରକକୁ ଯାଂଚ କଲାବେଳେ ପଣସ ଭିତରୁ ୪୨୨ କେଜି ଗଞ୍ଜେଇ ଜବତ କରିଥିଲା । ୨ ଜଣଙ୍କୁ ଗିରଫ କରିବା ସହ ଦଶଚକିଆ ଟ୍ରକ କୁ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ବଜାର ର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି । ବାଡେଲ ଅଂଚଳରୁ ରାଜସ୍ଥାନକୁ ଏହି ଗଂଜେଇ ଚୋରାଚାଳାଣ ହେଉଥିଲା ବୋଲି କୋରାପୁଟ ପୋଲିସ କହିଛି ।

Comments are closed.