ଶବ ବ୍ୟବଚ୍ଛେଦ ଗୃହରୁ ଗ୍ୟାଙ୍ଗଷ୍ଟାର ହାଇଦରର ଆସିଲା ଏକ୍ସକ୍ଲୁସିଭ ଫଟୋ । ଦେହରେ ବାଜିଛି ଚାରୋଟି ଗୁଳି ।

382

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ହାଇଦର ମୃତଦେହରେ ଏକାଧିକ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ହାଇଦର ମୃତଦେହ ଫଟୋରୁ ଏହା ସ୍ପଷ୍ଟ ଭାବେ ଜଣାପଡୁଛି । ହାଇଦରର ହାତରେ ଗୁଳି ବାଜିବା ସହ ତାର ପେଟରେ ୩ଟି ଗୁଳି ବାଜିଛି । ଅଣ୍ଟା ଉପରକୁ ଗୋଟିଏ ଗୁଳି ଦାଗ ରହିଥିବାବେଳେ ପେଟ ଉପରକୁ ଛାତି ତଳକୁ ରହିଛି ଏକ ଗୁଳି ଚିହ୍ନ ରହିଛି । ସେହିପରି ବାମପଟ ଛାତିରେ ବାଜିଛି ଆଉ ଏକ ଗୁଳି । ପୋଷ୍ଟମର୍ଟମ କରିବା ପୂର୍ବରୁ ହାଇଦରର ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ଅନୁମତି ଦେଇଥିଲା ପୋଲିସ । ସେମାନେ ବାହାରକୁ ବାହାରିବା ପରେ କହିଛନ୍ତି ହାଇଦର ଦେହରେ ୩ରୁ ୪ଟି ଗୁଳି ବାଜିଛି । ତାଙ୍କ ସ୍ତ୍ରୀ କହିଛନ୍ତି ଦୁଇ ହାତରେ ଦୁଇଟି ଗୁଳି ବାଜିଥିବାବେଳେ ଦେହରେ ବାଜିଛି ୩ଟି ଗୁଳି ।

ଅନ୍ୟପଟେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ଆରମ୍ଭ ହୋଇଛି ଶବ ବ୍ୟବଚ୍ଛେଦ । ୩ ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା, ପୁଲିସ ଶବ ବ୍ୟବଚ୍ଛେଦ ଗୃହରେ ଉପସ୍ଥିତ ଅଛନ୍ତି । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ ।