ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଅନ୍ତେଷ୍ଟିରେ ଯୋଗ ଦେଇନଥିଲେ ପୁଅ : ଏବେ ସୁଦ୍ଧି କାମରେ ଯୋଗ ଦେବା ପାଇଁ ଜେଲରୁ ଆସିବ ବଡ଼ ପୁଅ ମୁନ୍ନା

752

କନକ ବ୍ୟୁରୋ : ଜେଲରୁ ପାରୋଲରେ ଆସିବ ହାଇଦରର ପୁଅ । ସବୁଠାରୁ ବଡ଼ ଗ୍ୟାଙ୍ଗଷ୍ଟର ହାଇଦରର ବଡ଼ ପୁଅ ମୁନ୍ନା ଏବେ ଏକାଧିକ ଅପରାଧ ମାମଲାରେ ଚୌଦ୍ୱାର ଜେଲରେ ବନ୍ଦୀ ଅଛି । କିଛିଦିନ ତଳେ ପୋଲିସ ଏନକାଉଂଟରରେ ପ୍ରାଣ ହରାଇଥିଲା ହାଇଦର । କେନ୍ଦ୍ରାପଡ଼ାର ରଣପପଡ଼ା ଗାଁରେ ହାଇଦରକୁ କବର ଦିଆଯାଇଥିବା ବେଳେ ଅନ୍ତେଷ୍ଟିରେ ସାମିଲ ହୋଇନଥିଲେ କୌଣସି ପୁଅ ।

ବଡ଼ ପୁଅ ମୁନ୍ନା ଚୌଦ୍ୱାର ଜେଲରେ ଥିବା ବେଳେ, ହାଇଦର କଟକ ଏସସିବିରୁ ଫେରାର ହେବା ପରଠାରୁ ରାଜ୍ୟ ବାହାରକୁ ଚାଲି ଯାଇଛି ସାନ ପୁଅ ଆଜାରୁଦ୍ଦିନ, ମଝିଆ ପୁଅ ଚୁନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ କବରସ୍ଥାନକୁ ଯାଇନଥିଲା । ଏବେ କିନ୍ତୁ ବାପାର ଶୁଦ୍ଧିକାମରେ ସାମିଲ ହେବା ପାଇଁ ପାରୋଲ ଆବେଦନ କରିଛି ବଡ଼ ପୁଅ ମୁନ୍ନା । ୪୦ ଦିନିଆ ସୁଧି କାମ ବା ଚାଲଶାରେ ଯୋଗ ଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛି ମୁନ୍ନା ।