ଦିଲ୍ଲୀ ହିଂସା ପଛରେ ରହିଛି ଗ୍ୟାଙ୍ଗଷ୍ଟରଙ୍କ ହାତ ! ପୋଲିସକୁ ଆକ୍ରମଣ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖ ସଦାନ ଏବଂ ତାହାରର ଭୂମୀକା ଥିବା ସନ୍ଦେହ

ହିଂସାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିବାର ଜଣାପଡିଛି

197

ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ଦିଲ୍ଲୀ ରାସ୍ତାରେ ହୋଇଥିବା ହିଂସାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ଓ ପୁଲିସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ ଏବେ ଆକ୍ସନ ମୁଡ଼କୁ ଆସିଯାଇଛି | ଏହି ହିଂସାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିବାର ଜଣାପଡିଛି | ଦିଲ୍ଲୀ ପୁଲିସର ସୂଚନା ମୁତାବକ କେନ୍ଦ୍ରୀୟ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖ ସଦାନର ସମ୍ପୃକ୍ତି ଥିବାର ଜଣାପଡିଛି  |

ସୂଚନାନୁସାରେ, ଲଖ ସଦାନ ଏବଂ ତାହାର ସହଯୋଗୀମାନେ ଦିଲ୍ଲୀର କିଛି ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | କେନ୍ଦ୍ରୀୟ ଦିଲ୍ଲୀରେ ଲଖ ସଦାନ ଓ ସହଯୋଗୀମାନେ କୃଷକ ଆନ୍ଦୋଳନର ଫାଇଦା ନେଇ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | ସୂଚନା ମୁତାବକ ପଞ୍ଜାବରେ ଲଖ ସଦାନ ନାମରେ ୨୦ରୁ ଅଧିକ ମାମଲା ଥିବାବେଳେ କିଛି ଦିନ ହେଲା କୃଷକ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା |

ଆଉ ଏବେ ଲଖ ସଦାନର ଭୂମିକା ଉପରେ ପୁଲିସ ତଦନ୍ତ କରୁଛି । ପୂର୍ବ ଦିଲ୍ଲୀ, ଦ୍ୱାରକା ଏବଂ ପଶ୍ଚିମ ଦିଲ୍ଲୀରେ ପୁଲିସ ଉପରେ ହୋଇଥିବା ଆକ୍ରମଣରେ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୧୩ ଟି ମାମଲା ପଞ୍ଜୀକୃତ କରିଛି | ସରକାରୀ ସମ୍ପତ୍ତି ନଷ୍ଟ, ପୁଲିସ ଉପରେ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଲୁଟ୍ ଭଳି ସଂଗୀନ ଦଫାରେ ମାମଲା ରୁଜୁ କରାଯାଇଛି |