ଗଙ୍ଗାର ଖରାପ ପରିସ୍ଥିତିକୁ ନେଇ ଏନଜିଟି କ୍ରୋଧିତ ! କହିଲେ ସିଗାରେଟ ଖୋଳ ଉପରେ ଚେତାବନୀ ଦିଆହେଲା ଭଳି ଗଙ୍ଗାର ପାଣିକୁ ବ୍ୟବହାର ନକରିବା ପାଇଁ କାହିଁକି ଦିଆଯାଉନି ଚେତାବନୀ ।

79

ରାଷ୍ଟ୍ରିୟ ହରିତ ଅଧିକରଣ (ଏନଜିଟି) ଗଙ୍ଗା ନଦୀର ଖରାବ ପରିସ୍ଥିତିକୁ ଦେଖି କ୍ରୋଧିତ ହୋଇ କହିଛନ୍ତି, ହରିଦ୍ୱାର ଅନେକ ସହରରେ ଗାଙ୍ଗାର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଏହି ରାଜ୍ୟରେ ଅନେକ ଲୋକ ଗଙ୍ଗାର ପାଣିକୁ ପାନିୟ ଜଳ ଏବଂ ଗାଧୋଇବାରେ ବ୍ୟବହାର କରୁଛନ୍ତି । କିନ୍ତୁ ସେମାନଙ୍କୁ ଜଣା ନାହିଁ ଏହି ପାଣି ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ଉପରେ କେଉଁଭଳି କୁପ୍ରଭାବ ପଡୁଛି ଗଙ୍ଗା ପ୍ରତି ଥିବା ଭଲପାଇବା ଓ ଭକ୍ତି କାରଣରୁ ଲୋକମାନେ ଏହି ଏହି ବିଶାକ୍ତ ଜଳକୁ ପାନ କରୁଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏନଜିଟି କହିଛି, ଯଦି ସିଗାରେଟ ଖୋଳରେ ଏହା ଶରୀର ପ୍ରତି ହାନିକାରକ ବୋଲି ଚେତାବନୀ ଦିଆଯାଇ ପାରୁଛି ତେବେ ଏଠାରେ ଲକ୍ଷ ଲକ୍ଷ ଲୋକ ଗଙ୍ଗାର ପାଣି ପିଉଥିବା ବେଳେ ସେମାନଙ୍କୁ ଏହି ଜଳ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଚେତାବନୀ ଦିଆଯାଉନାହିଁ କାହିଁକି ?

ଏନଜିଟିର ପ୍ରମୁଖ ଏ-କେ ଗୋଏଲଙ୍କ କହିବା ଅନୁସାରେ, ଗଙ୍ଗା ପ୍ରତି ଥିବା ଲୋକଙ୍କ ଭକ୍ତି ଏବଂ ଭଲପାଇବା କାରଣରୁ ଲୋକମାନେ ଏହି ଜଳକୁ ପାନ କରିଥାନ୍ତି । ସାଧାରଣତଃ ଲୋକମାନେ ଭାବନ୍ତି ଗଙ୍ଗାର ଜଳ ପିଇବା ଦ୍ୱାରା ଏବଂ ଗଙ୍ଗାରେ ଗାଧୋଇବା ଦ୍ୱାରା ମନୁଷ୍ୟର ପାପ କ୍ଷେୟ ହୋଇଯାଇଥାଏ । ତେଣୁ ଲୋକମାନେ ନିଜ ଜୀବନକୁ ଭୟ ନକରି ଏହି ଜଳକୁ ପବିତ୍ର ମନେ କରି ସେବନ କରିଥାନ୍ତି ।

ଏନଜିଟି ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିସନକୁ ସହେ କିଲୋମିଟର ପର୍ଯ୍ୟନ୍ତ ଡିସପ୍ଲେ ବୋର୍ଡ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାର ଉଦେଶ୍ୟ ହେଉଛି ଗଙ୍ଗା ଜଳକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସତର୍କ କରାଇବା ।