ଉତ୍ତର ପ୍ରଦେଶ ପଶୁପାଳନ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା , ଜାଣନ୍ତୁ ଗାଈ ଗୋବରକୁ ନେଇ କଣ କହିଲେ ଧର୍ମପାଲ ସିଂ ?

ଉତ୍ତର ପ୍ରଦେଶ ପଶୁପାଳନ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା , ଜାଣନ୍ତୁ ଗାଈ ଗୋବରକୁ ନେଇ କଣ କହିଲେ ଧର୍ମପାଲ ସିଂ ?

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପଶୁପାଳନ ଓ ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ଧର୍ମପାଲ ସିଂ କହିଛନ୍ତି କି, ଗାଇର ଗୋବର ଗଙ୍ଗାଜଳ ସହ ସମାନ । ଏହାକୁ ଘରେ ଛିଞ୍ଚିଲେ ପରିବାରରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । ଏଣୁ ରାଜ୍ୟ ସରକାର ଗୋବଂଶ ସଂରକ୍ଷଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଧର୍ମପାଲ ସିଂ କହିଛନ୍ତି । ଶନିବାର ଦିନ ମଥୁରାରେ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି କି ରାଜ୍ୟ ସରକାର ଗୋବଂଶ ବିସ୍ତାର ନେଇ ପ୍ରୟାସ କରିବା ସହ ଦୁଗ୍ଧ ବିକ୍ରୟ ନୀତିରେ ପରିବର୍ତ୍ତନ କରିଛନ୍ତି । ଏହାସହ ଗୋରୁ ଓ ମଇଁଷିର ବଂଶ ବିସ୍ତାର ପାଇଁ ମାଗଣାରେ ସିମନ ଯୋଗାଇ ଦେଉଛନ୍ତି ।

ସେପଟେ ଉତ୍ତର ପ୍ରଦେଶରେ ହୋଇଥିବା ମଦ୍ରାସା ସର୍ଭେକୁ ନେଇ ଧର୍ମପାଲ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୭,୫୦୦ ମଦ୍ରାସା ବିନା ପଞ୍ଜିକରଣରେ ପରିଚାଳିତ ହେଉଛି । ସେ ଅଭିଯୋଗ କରିଛନ୍ତି କି, ମଦ୍ରାସାଗୁଡିକରେ ଛାତ୍ରମାନଙ୍କ ଏକା ସାଥିରେ କୋରାନ ଓ ଲାପଟପ୍ ଦିଆଯାଉଛି । ଏହାସହ ୱାକଫ୍ ସମ୍ପତ୍ତି ଜବତ କରି ସେଠାରେ ସ୍କୁଲ, କଲେଜ ଓ ମେଡିକାଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe