ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ ।

404

କନକ ବ୍ୟୁରୋ: ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବୃତି ଟଙ୍କା ଆଣିବାକୁ ଯାଇଥିବାବେଳେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ୪ ଜଣ । ମହିଳା ଦିବସ ପୂର୍ବ ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା ।

ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ହେଲେ ସାଂଘାତିକ କଥା ହେଉଛି ମୁଖ୍ୟ ଅଭିଯୁକ୍ତ ଜଣକ ଓଡିଶା ପୋଲିସର ଓଆଇଏସଏଫ କାଳିଆପାଣି ୟୁନିଟରେ ରୋଷେୟା ଭାବେ କାମ କରୁଥିଲେ । ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପୃଷ୍ଟି ସମେତ ରବି, ସିଲୁ ଓ ବବଲୁକୁ ଗିରଫ କରାଯାଇଛି । ଦୁର୍ବୃତଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନାବାଳିକା ଜଣକ ଉଲଗ୍ନ ଅବସ୍ଥାରେ ଦୌଡି ଦୌଡି ଜଣେ ଗୃହର କ୍ଷୀଙ୍କ ଘରେ ସରଣ ନେଇଥିଲେ ।