ଭିଜିଲାନ୍ସ ଜାଲରେ ଫରେଷ୍ଟର : ଗଜପତି ନୂଆଗଡ ଫରେଷ୍ଟ ଗଣେଶକୁମାର ପ୍ରଧାନଙ୍କ ଘରେ ରେଡ

109

କନକ ବ୍ୟୁରୋ : ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଗଜପତି ନୂଆଗଡ଼ ଫରେଷ୍ଟର ଗଣେଶ କୁମାର ପ୍ରଧାନଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ଥିବା ଘର, ଗରବନ୍ଧ ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ଘର, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା ଦୁଇ ମହଲା ଘରେ ରେଡ୍ ହେଉଛି । ସେହିପରି ନୂଆଗଡ଼ରେ ଥିବା ଅଫିସ୍ ଓ ଫରେଷ୍ଟ ଚାମ୍ପରରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।