ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା

ଥାନା ଅଧିକାରୀଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ

61

କନକ ବ୍ୟୁରୋ : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଂଚଳରେ । ଆକ୍ରମଣରେ ଓଆଇସି ମମତା ପଣ୍ଡାଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୀର୍ଘଦିନ ଧରି ଗୁରାଣ୍ଡି ଥାନା ଅଂଚଳର ଖରସଣ୍ଡା ଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ମିଳିବା ପରେ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଚଢାଉ କରିଥିଲେ । ଏହି ସମୟରେ ପୁଲିସକୁ ଗାଁ ଲୋକେ ଘେରାଉ କରିଥିବାବେଳେ କିଛି ଲୋକ ପୁଲିସ ଟିମ ଉପରକୁ ଠେଲାପଥର ମାଡ କରିଥିଲେ । ଏଥିରେ ଓଆଇସିଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।