୨ ବର୍ଷର ସର୍ବୋଚ୍ଚ ସ୍ତରରେ ତେଲ ଦର: ଲଗାତାର ବଢୁଛି ପେଟ୍ରୋଲ ଓ ଡିଜେଲ ଦର; ରାଜଧାନୀରେ ଡିଜେଲ ଟପିଲା ୮୦, ପେଟ୍ରୋଲ ହେଲା ୮୪ ଟଙ୍କା

115

କନକ ବ୍ୟୁରୋ: ୨ ବର୍ଷର ସର୍ବୋଚ ସ୍ତରରେ ପଂହଚିଲା ପେଟ୍ରୋଲ ଦର । ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବାବେଳେ ଡିଜେଲ ଟପିଛି ୮୦ ଟଙ୍କା । ଗତକାଲି ଅପେକ୍ଷା ଆଜି ଡିଜେଲ ଦର ୩୧ ପଇସା ବଢିଛି । ଗତକାଲି ଡିଜେଲ ଲିଟର ପିଚ୍ଛା ଦର ଥିଲା ୭୯ ଟଙ୍କା ୮୨ ପଇସା । ସେହିଭଳି ପେଟ୍ରୋଲ ମଧ୍ୟ ଗତକାଲି ଅପେକ୍ଷା ଆଜି ୨୯ ପଇସା ବଢିଛି । ଆଜି ପେଟ୍ରୋଲ ଦର ରହିଛି ୮୪ ଟଙ୍କା । ଗତକାଲି ଏହା ୮୩ ଟଙ୍କା ୭୧ ପଇସା ଥିଲା । କରୋନା ମହାମାରୀ ପାଇଁ ଟିକା ବାହାରିବା ଆଶା ଅନ୍ତର୍ଜାତୀୟ ବଜାରରେ ଅଶୋଧ୍ଖଚ୍ଛ ତୈଳ ମୂଲ୍ୟ ବୃଦ୍ଧିର କାରଣ ବୋଲି ଜଣାପଡିଛି ।

ଦେଶରେ କ୍ରମାଗତ ଭାବେ ଚାରି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୮୩ ଟଙ୍କା ଟପି ୮୩ ଟଙ୍କା ୧୩ ପଇସା ଛୁଇଁଛି। ଦୀର୍ଘ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ଏହା ହେଉଛି ସର୍ବୋଚ୍ଚ ଦର। ଶୁକ୍ରବାର ତୁଳନାରେ ଶନିବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିଛି। ଆଜି ଡିଜେଲ ଦର ଦିଲ୍ଲୀରେ ଲିଟର ପିଛା ୭୩ ଟଙ୍କା ୩୨ ପଇସା ଛୁଇଁଛି। ୨୦୧୮ ସେପ୍ଟେମ୍ବର ଠାରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ଏହା ହେଉଛି ସର୍ବୋଚ୍ଚ ଦର। ‌ ଗତ ନଭେମ୍ବର ୨୦ ତାରିଖରୁ ଆଜି ସୁଦ୍ଧା ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୧୩ ଥର ବୃଦ୍ଧି କଲେଣି। ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୮୬ ପଇସା ମହଙ୍ଗା ହୋଇଯାଇଛି। କରୋନା ମହାମାରୀ ପାଇଁ ଟିକା ବାହାରିବା ଆଶା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରେ ପେଟ୍ରୋଲ ୮୩ ଟଙ୍କା ୭୫, ଡିଜେଲ ୭୯ ଟଙ୍କା ୮୬

ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୮ ପଇସା ବଢ଼ିଛି। ଫଳରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ର‌େମେ ୮୩ ଟଙ୍କା ୭୫ ପଇସା ଏବଂ ୭୯ ଟଙ୍କା ୮୬ ପଇସାରେ ପହଞ୍ଚିଯାଇଛି। ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ପରିସରକୁ ଆସି ନଥିବାରୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହୁଛି। ଗତ ୨୦ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୧୫ ପଇସା ଏବଂ ଡିଜେଲ ଦର ଲିଟର ପିଛା ୩ ଟଙ୍କା ୧୮ ପଇସା ମହଙ୍ଗା ହୋଇଛି।

Comments are closed.