ଆଜିଠୁ ବକେୟା ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟ କରିବ ସେସୁ । ପ୍ରଥମ ପର୍ଯ୍ୟାୟରେ ଖିଲାପି ବାଣିଜ୍ୟିକ ଓ ବ୍ୟବସାୟୀକ ସଂସ୍ଥାଙ୍କର ବିଛିନ୍ନ କରିବ ବିଦ୍ୟୁତ୍ ସଂଯୋଗ

248

କନକ ବ୍ୟୁରୋ : ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ପର୍ଯ୍ୟାୟୱାରି ବିଛିନ୍ନ କରିବ ସେସୁ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ବିଲ୍ ବାକି ରଖିଥିବା ବାଣିଜ୍ୟକ ଓ ବ୍ୟବସାୟିକ ସଂସ୍ଥାରୁ ହେବ ବିଦ୍ୟୁତ୍ କାଟ୍ । ଯେଉଁ ବାଣିଜ୍ୟକ ସଂସ୍ଥା ବା ବ୍ୟବସାୟି ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ସତ୍ୱେ ଦେୟ ପଇଠ କରୁ ନାହାଁନ୍ତି ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରିବାକୁ ଯୋଜନା କରିଛି ସେସୁ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀକ ଶ୍ରେଣୀର ଉପଭୋକ୍ତାଙ୍କ, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଁଚିବ ଟିମ୍ ।

ଯେଉଁମାନଙ୍କ ଘରେ ଫ୍ରିଜ୍, ଚାରିଚକିଆ ଯାନ ଓ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ , ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ । ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ଘରେ ସେସୁ ପହଁଚିବ । ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁ ନାହାଁନ୍ତି । ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ । ବକେୟା ବିଲ୍ ପଇଠ ନକଲେ ଆଜିଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ । କିନ୍ତୁ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ଉପଭୋକ୍ତା ସଂଗଠନ ତୀବ୍ର ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ନରମିଥିଲେ ସେସୁ କର୍ତୁପକ୍ଷ । ଏବଂ ନିଷ୍ପତି ବଦଳାଇ ପର୍ଯ୍ୟାୟୱାରି ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଘୋଷଣା କରିଛନ୍ତି ସେସୁ କର୍ତୁପକ୍ଷ ।