ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଆସିବ ଭୁବନେଶ୍ୱର, ଯାତ୍ରା ସମୟରେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ଯାତ୍ରୀ

95

କନକ ବ୍ୟୁରୋ :ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ସେପଟେ ନୂଆଦିଲ୍ଲୀରୁ ୧୪ ତାରିଖରେ ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମିଜିକ ଦୂରତା ମାନିବେ ।

ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ ରହିବେ । ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଂଜିକରଣ କରିନଥିବେ ଏହିଠାରେ କରିପାରିବେ ।