ପଞ୍ଜାବ ସରକାରଙ୍କ କୋଭିଡ୍ କଟକଣା, ୧ ଡିସେମ୍ବରରୁ ପଞ୍ଜାବରେ ରାତ୍ରୀ କର୍ଫ୍ୟୁ। ନିୟମ ଉଲଙ୍ଘନ କଲେ ୧ ହଜାର ଜରିମାନା

ପଞ୍ଜାବରେ ଡିସେମ୍ବର ୧ ରୁ ରାତ୍ରୀ କଫ୍ୟୁ

118

କନକ ବ୍ୟୁରୋ : ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ରାତ୍ରୀକାଳିନ କଫ୍ୟୁ ପାଇଁ ଆଦେଶ ଦେଇଛନ୍ତି । ଏହି ଆଦେଶ ୧ ଡିସେମ୍ବର ଠାରୁ ଆରମ୍ଭ ହେବ । ଏହା ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି କୋଭିଡ୍‌-୧୯ ନେଇ ସରକାର ଯେଉଁ କଟକଣା ଲାଗୁ କରିଛନ୍ତି ତାହାକୁ ଅବମାନନା କଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ୧ ଡିସେମ୍ବର ଠାରୁ ରାଜ୍ୟର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ବିବାହ ସ୍ଥଳୀ ଆଦି ରାତି ୯.୩୦ ସୁଦ୍ଧା ବନ୍ଦ୍ କରିବାକୁ ପଡିବ । ଏହି କଟକଣା ୧୫ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ । ୧୫ ଡିସେମ୍ବରରେ ରାଜ୍ୟସରକାର ଏନେଇ ଏକ ସମୀକ୍ଷା ବୈଠକ କରିବେ । ସମୀକ୍ଷା ବୈଠକରେ ଯାହା ନିସ୍ପତ୍ତି ହେବ ତାହା ପୁଣି ୧୬ ତାରିଖ ଠାରୁ ଲାଗୁ କରାଯିବ ।

କରୋନାର ଦ୍ୱିତୀୟ ଲହର ଚାଲୁଥିବାରୁ ଏହାକୁ ନେଇ ବିଭିନ୍ନ ରାଜ୍ୟ ପୁଣି କଠୋର କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଥିଲେ । ଟିକା ନଆସିବା ଯାଏ କରୋନାକୁ ରୋକିବାକୁ ପ୍ରତିକାର ହିଁ ଏକମାତ୍ର ରାସ୍ତା ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମଳିିଛି ।

Comments are closed.