ଫିଲ୍ମ ଫ୍ରାଇଡେରେ ଦିୱାଲି ଧମାକା : ସିଲଭରସ୍କ୍ରିନକୁ ଆସିଲା "ଏ ଦିଲହେ ମୁସ୍କିଲ'ଏବଂ "ଶିବାୟ'

ଫିଲ୍ମ ଫ୍ରାଇଡେରେ ଦିୱାଲି ଧମାକା : ସିଲଭରସ୍କ୍ରିନକୁ ଆସିଲା "ଏ ଦିଲହେ ମୁସ୍କିଲ'ଏବଂ "ଶିବାୟ'

source- www.indian express.com

ଫିଲ୍ମ ପ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ "ଏ ଦିଲହେ ମୁସ୍କିଲ'ଏବଂ "ଶିବାୟ'। କରନଙ୍କ ଜୋହରଙ୍କ ଫିଲ୍ମ ରୋମାନ୍ସରେ ଭରପୂର ଥିବା ବେଳେ ଅପରପକ୍ଷେ ଅଜୟଙ୍କ ଫିଲ୍ମ ଆକ୍ସନରେ ଓ ଥ୍ରୀଲରରେ ଭରପୂର ରହିଛି । କିନ୍ତୁ କେଉଁ ଫିଲ୍ମ ଦର୍ଶକଙ୍କ ମନ ଚୋରାଇବ ତାହା ଦେଖିବାକୁ ବାକି ରହିଲା । ଦିୱାଲି ଅବସରରେ ଦୁଇ ପିଲ୍ମ ମଧ୍ୟରେ ଘମାଘୋଟ ଲଢେଇହେବ ଏବଂ ଏହା ସହ ବକ୍ସ ଅଫିସରେ କିଏ ହିଟ୍ ସାବ୍ୟସ୍ତ ହେବ ଜଣାପଡିବ ଏଇ ୱିକେଣ୍ଡରେ ।

"ଏ ଦିଲହେ ମୁସ୍କିଲ'ର  ବଜେଟ ପ୍ରାୟ ୭୦ କୋଟି ଥିବା ବେଳେ "ଶିବାୟ'ର ମେକିଙ୍ଗରେ ଖର୍ଚ୍ଚ ହୋଇଛି ପ୍ରାୟ ୧୦୫ କୋଟି । କରନଙ୍କ "ଏ ଦିଲହେ ମୁସ୍କିଲ'ରେ ରଣବୀର୍‌ କପୁର, ଫଓ୍ଵାଦ୍‌ ଖାନ୍‌ , ଐଶ୍ୱର୍ୟ୍ୟା ରାୟବଚ୍ଚନ ଏବଂ ଅନୁଷ୍କା ଶର୍ମା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ, ଶାହରୁଖ୍‌ ଖାନ୍‌ ଏବଂ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ ଗେଷ୍ଟ୍‍ ରୋଲରେ। ଅପରପକ୍ଷରେ ଅଜୟ ଦେବଗନଙ୍କ ପ୍ରଯୋଜିତ ତଥା ନିର୍ଦେଶିତ ‘ଶିବାୟ’ରେ ନିଜେ ଅଜୟ ନାୟକ ଚରିତ୍ର ନିଭାଇଥିବା ବେଳେ ତାଙ୍କ ବିପକ୍ଷରେ ନବାଗତା ସାୟେଶା ଅଛନ୍ତି ନାୟିକା ଭୂମିକାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe