କନକ ବ୍ୟୁରୋ : ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଫିଲ୍ମ ଓକେ ଜାନୁ । ଆଶିକþ ଫେମ୍ ଶ୍ରଦ୍ଧା କାପୁର ଓ ଆଦିତ୍ୟ ରୟ କପୁରଙ୍କ ରୋମାନ୍ସ ଦର୍ଶକ ଦେଖିବାକୁ ପାଇବେ । ବିଶେଷ କରି ଖଟାମିଠା ରୋମାନ୍ସରେ ଭରପୁର ଏହି ଫିଲ୍ମକୁ ନିର୍ଦେଶନା ଦେଇଛନ୍ତି ସାଦ୍ ଅଲ୍ଲି । ସେହିପରି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି ଏ ଆର ରହମନ୍ । ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଣିରତ୍ନମ ଓ କରଣ ଜୋହର ସମ୍ଭାଳିଛନ୍ତି । ପୁର୍ବରୁ ଏହି ଫିଲ୍ମର ଗୀତଗୁଡିକ ହିଟ୍ ହୋଇଥିଲା । ବିଶେଷ କରି ଓକେ ଜାନୁର ହମ୍ମା ହମ୍ମା ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା ।
ସେହିପରି ଆଜି ମଧ୍ୟ ପରଦାକୁ ଆସୁଛି ଫିଲ୍ମ ହାରାମଖୋର୍ । ନବାଜୁଦ୍ଦିନ ସିଦିକି ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଏଥିରେ ନବାଜୁଦ୍ଦିନ ଜଣେ ଶିକ୍ଷକ ଭୁମିକାରେ ଅଭିନୟ କରିଛନ୍ତି । ସେହିପରି ତାଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଛନ୍ତି ଶ୍ୱେତା ତ୍ରିପାଠୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/maxresdefault-1.jpg)