ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ

କନକ ବ୍ୟୁରୋ : ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଚି । ସେ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ ।

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାହୁ ଅଲ ଓଡିଶା ଫ୍ରୀଡମ ଫାଇଟର ସଂଘର ସଭାପତି ଥିଲେ । ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ । ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି ।

ବ୍ରେନଷ୍ଟୋକ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe