ଏହି ସବୁ ରାଜ୍ୟରେ ମିଳିବ ମାଗଣା ଟିକା । ମୁଖ୍ୟମନ୍ତ୍ରୀମାନେ କଲେ ଘୋଷଣା

197

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ଟିକା ଦେବା ନେଇ ନିଷ୍ପତ୍ତି ହେବାପରେ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଏହି ଟିକା ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ରାଜ୍ୟରେ ମାଗଣା ଟିକା ଦେବାକୁ କହିଛନ୍ତି । ଏନେଇ ଏକ ଟ୍ୱିଟ୍ କରି ସେ କହିଛନ୍ତି କି ରାଜ୍ୟର ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଟିକା ଉପଲବ୍ଧ କରାଯିବ ।

କହିରଖୁ କି ଏହାପୂର୍ବରୁ ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ନିଜ ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରିଥିଲେ ।

ସୂଚନା ଥାଉକି କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକାର ଦାମ ୩ ଭାଗରେ ବିଭକ୍ତ କରିଛନ୍ତି । ଏହି ଟିକାର ଗୋଟିଏ ଡୋଜ ପାଇଁ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ, ସେହିଭଳି ରାଜ୍ୟ ସରକାରଙ୍କୁ ୪୦୦ ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡିବ ।

 

Comments are closed.