ବଜାରରେ ବିକ୍ରି ହେଉଛି ନକଲି ଲେବର କାର୍ଡ, ଶ୍ରମିକଙ୍କୁ ଠକି ମାଲାମାଲ ହେଉଛନ୍ତି ଦଲାଲ୍ । ଆଳି ଓ ରାଜକନିକା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ।

176

କନକ ବ୍ୟୁରୋ : ହଜାରେ ଟଙ୍କା ଦେଲେ ମିଳୁଛି ଲେବର କାର୍ଡ, ତାହା ପୁଣି ନକଲି କାର୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ଆଳି ଓ ରାଜକନିକା ବ୍ଲକରେ । ଆଉ ଏହି ଘଟଣାରେ ଲେବର କାର୍ଡ ଦଲାଲ ହେଉଛନ୍ତି ମାଲାମାଲ୍ । ଏହି ଦୁଇ ବ୍ଲକରେ ମାତିଛନ୍ତି ଲେବର କାର୍ଡ ଦଲାଲ ।

ଆଳି ବ୍ଲକର ବଡଆଙ୍କୋ ଗାଁର ଅନେକ ଲୋକ ଆଳି ବଜାରରେ ଥିବା ଏକ ଇଣ୍ଟରନେଟ ଦୋକାନରେ ଲେବର କାର୍ଡ ଲାଗି ୯ଶହ ଟଙ୍କା ଲେଖାଏଁ ଦେଇ କାର୍ଡ କରିଥିଲେ । ହେଲେ ପରେ ଏହା ନକଲି ବୋଲି ଜଣାପଡିଥିଲା । ସବୁଠାରୁ ବଡ କଥା ହେଲା, ଦଲାଲ ମାନେ ଘର ଘର ବୁଲି ଟଙ୍କା ନେଇ କାର୍ଡ ଦେଉଥିବା ଦେଖିବାକୁ ମିଳିଛି ରାଜକନିକା ବ୍ଲକରେ । ଦଲାଲ ମାନେ ଘର ଘର ବୁଲି ହଜାର ହଜାର ଟଙ୍କା ନେଉଥିବାର ଏସକ୍ଲୁସିଭ ଭିଜୁଆଲ ଲାଗିଛି କନକ ନ୍ୟୁଜ ହାତରେ ।

ଜଣେ ମହିଳା ଦଲାଲ ଓ ଜଣେ ପୁରୁଷ ଦଲାଲ ଘର ନିକଟରେ ପହଁଞ୍ଚି ଟଙ୍କା ନେଇ ଅଯୋଗ୍ୟ ହିତାଧୀକାରିଙ୍କୁ କାର୍ଡ ପ୍ରଦାନ କରୁଛନ୍ତି । ଏ ସର୍ମ୍ପକରେ ଜିଲ୍ଲାପାଳ କହିଛନ୍ତି ଯେ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧୀକାରିଙ୍କ ନା କାଟାଯିବା ସହିତ ଦଲାଲମାନଙ୍କ ଉପରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।