ବିଶ୍ୱବିଜେତା ଫ୍ରାନ୍ସ ! ଫିଫା ବିଶ୍ୱକପ୍ ଫାଇନାଲରେ କ୍ରୋଏସିଆକୁ ମାତ୍ ଦେଲା ଫ୍ରାନ୍ସ, ୨୦ ବର୍ଷ ପରେ ଦ୍ୱିତୀୟ ଥର ହାତେଇଲା ଟାଇଟଲ୍ ।

19

ବିଶ୍ୱବିଜେତା ଫ୍ରାନ୍ସ । ଫିଫା ବିଶ୍ୱକପ ୨୦୧୮ ଜିତିଲା ଫ୍ରାନ୍ସ । ଫାଇନାଲରେ କ୍ରୋଏସିଆକୁ ୪-୨ରେ ଦେଲା ମାତ୍ । ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ହାତେଇଲା ଫ୍ରାନ୍ସ । ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚାମ୍ପିଅନ୍ ହୋଇଛି । ଦୀର୍ଘ ୨୦ ବର୍ଷ ପରେ ସୁନାର ଟ୍ରଫି ହାସଲ କରିଛି । ରୁଷିଆର ରାଜଧାନୀ ମସ୍କୋର ଲୁଜନିକ୍ ଷ୍ଟାଡିୟମରେ ରବିବାର ଫାଇନାଲ ମ୍ୟାଚରେ ୪-୨ରେ କ୍ରୋଏସିଆକୁ ପରାସ୍ତ କରି ଏହି ଉପଲବ୍ଧି ହାସଲ କରିଛି । ଏଥି ସହିତ ଫ୍ରାନ୍ସ ୨ୟ ଥର ପାଇଁ ଫିଫା ଟ୍ରଫିର ଅଧିକାରୀ ହୋଇ ପାରିଛି ।

ଖେଳ ଆରମ୍ଭରୁ ଫ୍ରାନ୍ସ କ୍ରୋଏସିଆ ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ଫ୍ରାନ୍ସ ପ୍ରଥମ ଗୋଲ ଦେବାର ଅଳ୍ପ କିଛି ସମୟ ପରେ କ୍ରୋଏସିଆ ଏହାକୁ ବରାବର କରିଦେଇଥିଲା । ମାତ୍ର ଏଥିରେ ଫ୍ରାନ୍ସର ଖେଳାଳିମାନଙ୍କର ମନୋବଳ କମି ଯାଇ ନଥିଲା । ଦଳର ଖେଳାଳିମାନେ ଦୃଢ଼ ମନୋଭାବ ନେଇ ପରବର୍ତ୍ତୀ ସମୟରେ ଆଉ ୩ଟି ଗୋଲ ଦେଇ ମ୍ୟାଚକୁ ୪-୧ରେ ଅଗ୍ରଣୀ କରିଥିଲା । ଶେଷ ଥର ପାଇଁ କ୍ରୋଏସିଆ ଗୋଲ ଦେଇ ମ୍ୟାଚକୁ ୪-୨ରେ ପହଞ୍ଚାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ଅଧିକ ଗୋଲ ଦେବାକୁ ସୁଯୋଗ ମିଳି ନଥିଲା । ସୂଚନାଯୋଗ୍ୟ ଫ୍ରାନ୍ସ ପୂର୍ବରୁ ମଧ୍ୟ ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା । ବର୍ଷ ୧୯୯୮ରେ ନିଜ ଦେଶରେ ଆୟୋଜନ ହୋଇଥିବା ବିଶ୍ୱକପରେ ବ୍ରାଜିଲକୁ ୩-୦ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା ।