ମଧ୍ୟପ୍ରଦେଶରେ ବଡ ସଡକ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଗଛକୁ ପିଟିଲା କାର; ଜାତୀୟ ସ୍ତରର ୪ ହକି ଖେଳାଳି ମୃତ, ୩ ଗୁରୁତର

ହକି ଟୁର୍ଣ୍ଣାମେଂଟରେ ଯୋଗଦେବାକୁ ଯାଉଥିଲେ ଖେଳାଳି

234

କନକ ବ୍ୟୁରୋ: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛକୁ ପିଟିଲା କାର, ଦୁର୍ଘଟଣାରେ ୪ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୋସଙ୍ଗାବାଦରେ ହେବାକୁ ଯାଉଥିବା ମେଜର ଧ୍ୟାନଚାନ୍ଦ୍ ଟୁର୍ଣ୍ଣାମେଂଟରେ ସାମିଲ ହେବାକୁ ଏହି ଖେଳାଳିମାନେ ଏକ ସ୍ୱିଫ୍ଟ ଡିଜାୟର ଗାଡିରେ ଯାଉଥିଲେ । ଭାରସାମ୍ୟ ହରାଇ ଗାଡିଟି ଏକ ଗଛକୁ ଧକ୍କା ଦେଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମୟରେ କାରର ବେଗ ଅଧିକ ଥିଲା ।

ଯାତ୍ରା କରୁଥିବା କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସୋମବାର ଦିନ ଚାରି ଜଣ ଜାତୀୟସ୍ତରୀୟ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଆହତ ହୋଇଥିବା କଥା ପୁଲିସ କହିଛି। ସେମାନେ ମଧ୍ୟପ୍ରଦେଶ ହକି ଏକାଡେମିର ଖେଳାଳି। ଆହତମାନଙ୍କୁ ନିକଟବର୍ତ୍ତୀ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ଜଣାପଡ଼ିଛି। ଧ୍ୟାନ ଚନ୍ଦ୍ର ଟ୍ରଫି ଖେଳିବା ନିମନ୍ତେ ଉକ୍ତ ଖେଳାଳିମାନେ ଇତାର୍ସିରୁ ହୋସଙ୍ଗାବାଦ ଅଭିମୁଖେ ଯାଉଥିବା ବେଳେ ୬୯ ନମ୍ବର ଜାତୀୟ ରାଜପଥର ରାଇସଲପୁର ଗାଁ ନିକଟରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।