ଦେବ୍ରିଗଡ଼ ବାଘ ମୃତ୍ୟୁ ମାମଲାରେ ୪ ଗିରଫ ! ଜବତ ହେଲା ବାଘର ପଂଝା ଓ ନିଶ ।

120

ଦେବ୍ରିଗଡ଼ ଅଭୟାରଣ୍ୟ ନିକଟ ଜଙ୍ଗଲରୁ କିଛି ଦିନ ତଳେ ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଶନିବାର ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ପୁଲିସ ବାଘର ପଞ୍ଜା ଏବଂ ନିଶ ମଧ୍ୟ ଜବତ କରିଛି ବୋଲି ଏସିଏଫ୍ ମଦନଲାଲ ଶର୍ମା ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ବନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ଖଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ବରଗଡ଼ ଡିଏଫଓ ନିଲମ୍ବନ କରିଛନ୍ତି । ଡ୍ୟୁଟି ସମୟରେ ବନ ବିଭାଗର ଏହି ୨ କର୍ମଚାରୀ ଅବହେଳା ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।

ବନ ବିଭାଗ ବାଘର ଗଳିତ ଶବର କିଛି ଅଂଶ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ଓ୍ଵାଇଲଡ୍ଲାଇଫକୁ ପଠାଇଥିଲା। ରିପୋର୍ଟ ଆସିବା ପରେ ଏହା ଏକ ମହାବଳ ବାଘ ବୋଲି ଜଣାପଡ଼ିଛି। ବନ ବିଭାଗର କାର‌୍ୟ୍ୟାନୁଷ୍ଠାନ ନେଇ ଚିଫ ଓ୍ଵାଇଲ୍ଡ ଲାଇଫ ଓ୍ଵାର୍ଡେନ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏନଟିସିଏ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟ କରାଯାଉଛି। ସୂଚନାଯୋଗ୍ୟ ଭେଡେନ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟରେ ବୁଦବୁଦିଆ ଜଙ୍ଗଲରୁ ବାଘର ଗଳିତ ମୃତଦେହ ଜବତ ହୋଇଥିଲା।