୧୯୬୮ ମସିହାରେ୧୦୨ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ କ୍ରାସ ହୋଇଥିଲା ଏଏଏନ-୧୨ ବିମାନ ! ୫୦ ବର୍ଷ ପରେ ମିଳିଲା ଜଣେ ଯବାନଙ୍କ ଶବ ।

91

ଆଜକୁ ପ୍ରାୟ ୫୦ ବର୍ଷ ତଳେ ବାୟୁ ସେନାର ଏକ ବିମାନ ଏଏଏନ-୧୨ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନରେ ପ୍ରାୟ ୧୦୨ ଜଣ ଯବାନ ଯାତ୍ରା କରୁଥିଲେ । କୌଣସି ଏକ କାରଣରୁ ପ୍ଲେନଟି କ୍ରାସ ହୋଇଯାଇଥିଲା । ଏହି ଦୁର୍ଘଣାରେ ଯାତ୍ରା କରୁଥିବା ଯବାନଙ୍କ କୌଣସି ପତା ମିଳିନଥିଲା । ଏହି ଘଟଣା ଘଟିବାର ବହୁ ବର୍ଷ ବିତିଯାଇଥିବା ବେଳେ ପର୍ବତାରୋହିଙ୍କ ଏକ ଦଳକୁ ହିମାଚଳପ୍ରଦେଶର ଢାକା ଗ୍ଲେସିୟରରୁ ଏକ ସୈନିକର ମୃତ ଶରୀର ମିଳିଛି । ତେବେ ଏହି ଶବଟି ବିମାନ ଏଏଏନ-୧୨ରେ ଯାତ୍ରା କରୁଥିବା ଜଣେ ସୈନିକଙ୍କର ବୋଲି ଅନୁମାନ କରାଯାଉଛି ।

ସୂଚନା ମୁତାବକ, ୧୯୬୮ ଫେବୃଆରି ୭ ତାରିଖରେ ବାୟୁ ସେନାର ଏକ ବିମାନ ଏଏଏନ-୧୨ ଚଣ୍ଡିଗଡରୁ ଲେହ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ବାଟରେ କୌଣସି କାରଣରୁ ଏହି ବିମାନଟି ଅନ୍ତରଧ୍ୟାନ ହୋଇଯାଇଥିଲା । ବିମାନର କୌଣସି ଅତାପତା ମିଳିନଥିଲା । କୁହାଯାଉଛିକି ଖରାପ ମୌସୁମୀ କାରଣରୁ ପାଇଲଟ ଯାହାଜକୁ ଅଧାରାସ୍ତାରୁ ପୁନର୍ବାର ଚଣ୍ଡିଗଡକୁ ଫେରିଆସୁଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନର କୌଣସି ସିଗଲାଲ ନମିଳିନଥିଲା । ବିମାନଟି ଅଧା ରାସ୍ତାରୁ ଗାୟପ ହୋଇଯିବା ପରେ ବିମାନକୁ ଖୋଜିବାକୁ ଅନେକ ଚେଷ୍ଟା କରାଯାଇଥିଲା କିନ୍ତୁ କୌଣସି ସଫଳତା ନମିଳିଥିବାରୁ ବିମାନକୁ ନିଖୋଜ ବୋଲି ଘୋଷଣା କରିଦିଆଯାଇଥିଲା ।

ଏହା ପୂର୍ବରୁ ଏବିବି ଇନଷ୍ଟିଚ୍ୟୁଟ ଅଫ ମାଉଁଟନିୟରିଂ ଆଣ୍ଡ ଅଲାଇଡ ସ୍ପୋର୍ଟସର ପର୍ବତାରୋହି ମାନଙ୍କ ଏକ ଟିମ୍ ୨୦୦୩ରେ ବିମାନର କିଛି ଅଂଶକୁ ପାଇିଥିଲେ । ତାଙ୍କୁ ଏକ ଶରୀରର ଅବଶେଷ ମଧ୍ୟ ମିଳିଥିଲା । ସେହି ଅବଶେଷକୁ ପରୀକ୍ଷା କରିବା ପରେ ଜଣା ପଡିଥିଲା ସେ ଜଣେ ସିପାହି ଥିଲେ ଯାହାଙ୍କ ନାମ ବେଲି ରାମ ଥିଲା । କେବଳ ସେତିକି ନୁହେଁ ୨୦୦୦ ମସିହା ଠାରୁ ଆରମ୍ଭ କରି ୨୦୧୭ ମଧ୍ୟରେ ପର୍ବତାରୋହି ମାନେ ବରଫରେ ପୋତି ହୋଇ ରହିଥିବା ପାଞ୍ଚ ଜଣ ଶବକୁ ଉଦ୍ଧାର କରିଛନ୍ତି । ତେଣୁ ଅନୁମାନ କରାଯାଉଛି ଶବ ମିଳିଥିବା ଅଞ୍ଚଳ ଗୁଡିକରେ ଅନ୍ୟ ଶବ ଗୁଡିକ ମଧ୍ୟ ପୋତି ହୋଇ ରହିଥିବ ।