କନକ ବ୍ୟୁରୋ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ହୋଇଛି । ତାଙ୍କୁ ପୁଅ ଶାନ୍ତୁନ ଓ ଝିଅ ଶୁଭସନୀ ମିଳିତ ଭାବେ ପିତାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ । ଏହି କ୍ରମରେ ମଧ୍ୟପ୍ରଦେଶ ପୋଲିସ ମଧ୍ୟ ଶରଦ ଯାଦବଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ୨୦୨୩ ଜାନୁଆରୀ ୧୨ ତାରିଖରେ ୭୫ବର୍ଷ ବୟସରେ ଶରଦ ଯାଦବଙ୍କର ଦେହାନ୍ତ ହୋଇଥିଲା । ହୃଦରୋଗ କାରଣରୁ ସେ ଗୁରୁଗ୍ରମାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisment

ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ମରଶରୀରକୁ ଏକ ଚାଟାର୍ଡ ବିମାନ ମାଧ୍ୟମରେ ଭୋପାଳ ନିଆଯାଇଥିଲା । ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗ୍ରାମ ଆଂଖମାଓ ନିଆଯାଇଥିଲା । ଏଠାରେ ଶରଦ ଯାଦବଙ୍କ ମର ଶରୀର ପହଂଚିବା ପରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ଏମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଉପସ୍ଥିତ ଥିଲେ ।

କହିରଖୁ କି ଶରଦ ଯାଦବ ଜଣେ ଛାତ୍ରନେତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ଶରଦ ଯାଦବଙ୍କୁ ଜୟପ୍ରକାଶ ନାରାୟଣଙ୍କ ସମେତ ବିରୋଧୀଦଳମାନେ ସମର୍ଥନ କରିଥିଲେ ।