କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପିକୁ ଲାଗିଛି ବଡ ଝଟକା । କାରଣ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡିବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

Advertisment

ଆଜି ବେଙ୍ଗାଲୁରୁର ଦଳୀୟ କାର୍ଯ୍ୟାଳୟକୁ ଆସି ସେଟ୍ଟାର୍‌ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବା ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ‘କେପିସିସି’ ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ୟ୍ୟେୱାଲା, ସିଦ୍ଧରମୈୟା ଆଦି ଉପସ୍ଥିତ ଥିଲେ। କଂଗ୍ରେସରେ ଯୋଗ ଦେବା ପରେ ସେଟ୍ଟାର୍‌ କହିଛନ୍ତି, ‘ମୁଁ କର୍ଣ୍ଣାଟକ ବିଜେପି ତିଆରି କଲି କିନ୍ତୁ ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ବିଜେପି ଭଲ ଆଚରଣ ପ୍ରଦର୍ଶନ କଲାନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇ ‘ବିଜେପି’କୁ ଗୌରବାନ୍ୱିତ କରିଛି ଏବଂ ରହିଥିବା ପ୍ରତ୍ୟେକ ପଦବୀରେ ଭଲ କାର୍ୟ୍ୟ ମଧ୍ୟ କରିଛି। କିନ୍ତୁ, ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବି ନାହିଁ’ ।ଅତି ମନ କଷ୍ଟରେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଜଗଦୀଶ ସେଟ୍ଟାର ।