ବର୍ଷା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇନ୍ଦ୍ରପୂଜା

190

କନକ ବ୍ୟୁରୋ : ବର୍ଷା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇନ୍ଦ୍ରପୂଜା । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଠିପାତ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଝାରସୁଗୁଡା ଜିଲ୍ଲାରେ ମରୁଡି ଆଶଙ୍କା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଚାଷୀ ହତାଶ ହୋଇପଡି ଥିବାବେଳେ ଇନ୍ଦ୍ର ପୂଜା କଲେ ବର୍ଷା ହେବା ଆଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଇନ୍ଦ୍ରପୂଜା କରିଛନ୍ତି । ଗତକାଲି ଦେବଗଡର ଗୋହିରା ଡ୍ୟାମ ପରିଦର୍ଶଦନ କରିଥିବା ବେଳେ ଆଜି ଝାରସୁଗୁଡା ଠାକୁରପଡା ଗାଁରେ ଇନ୍ଦ୍ର ପୂଜା କରିଛନ୍ତି ହେମାନନ୍ଦ ବିଶ୍ୱାଳ ।

ଏହି ଅବସରରେ ଗାଁଲୋକେ ଏକତ୍ରିତ ହୋଇ ପୂଜା କରିଥିଲେ । ଚଳିତ ଥର ନିଅଂଟିଆ ବର୍ଷା ହୋଇଥିବାରୁ ରାଜ୍ୟ ସରକାର ରାଜ୍ୟକୁ ମରୁଡି ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି । ଏହି ଅବସରରେ ଠାକୁରପଡା ସମେତ ଆଖପାଖ ଅଂଚଳର ଚାଷୀମାନେ ଉପସ୍ଥିତ ଥିଲେ । ଗତକାଲି ଦେବଗଡର ଗୋହିରା ଡ୍ୟାମ ପରିଦର୍ଶଦନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ନିଅଂଟିଆ ବର୍ଷା ଯୋଗୁଁ ଗୋହିରା ଡ୍ୟାମ ଶୁଖିଲା ପଡିଥିବା ବେଳେ ଚାଷ କାମ ପ୍ରଭାବିତ ହୋଇଛି । ଫଳରେ ବର୍ଷା ହେବା ଆଶାରେ ଆଜି ଇନ୍ଦ୍ର ପୂଜା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।