ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର । ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁ ଲୋକେ ଦେଉଛନ୍ତି ଜଙ୍ଗଲକୁ ସୁରକ୍ଷା ।

76

କନକ ବ୍ୟୁରୋ : ଏପଟେ ଗାଁ, ସେପଟେ ଜଙ୍ଗଲ । ମଝିରେ ଡେରେଜାଙ୍ଗ ଡ୍ୟାମ । ଆଉ ସବୁ ଦିନ ଡ୍ୟାମ ଡେଇଁ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ମାସେ କି ଦୁଇ ମାସ ନୁହେଁ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲତ କୁଲେଇ ଗ୍ରାମବାସୀ । ଅନକେ ସ୍ଥାନରେ କୋଠା, କଳ କାରଖାନା ଓ ରାସ୍ତା ନିର୍ମାଣ ପାଇଁ ଶହଶହ ଗଛ କଟା ହେଉଛି, କିନ୍ତୁ କୁଲେଇ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଆଜି ବି ସୁରକ୍ଷିତ ଅଛି ଡେରେଜାଙ୍ଗ ଡ୍ୟାମ ସେପଟେ ଥିବା ୫୯ ଏକର ଜଙ୍ଗଲ । ୨୦ ବର୍ଷ ହେଲା ବାଉଁଶ ଭେଳା ଯୋଗେ ଡ୍ୟାମ ପାରି ହୋଇ ଜଙ୍ଗଲକୁ ଜଗୁଛନ୍ତି ଲୋକେ ।

ବଅଁରପାଳ ବ୍ଲକ କୁଲେଇ ଗାଁରେ ୭୫ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ଚାଷ ଉପରେ ନିର୍ଭର ଚାଷ ଉପରେ ନିର୍ଭର କରୁଥିବା ବେଳେ ଜଙ୍ଗଲର ମୂଲ୍ୟ ସେମାନେ ଭଲଭାବରେ ବୁଝିଛନ୍ତି । ସେଇଥି ପାଇଁ ତ ପ୍ରତିଦିନ ଏମିତି ବାଉଁଶ ଭେଳା ଯୋଗେ ଡ୍ୟାମ ପାରି ହେଉଛନ୍ତି । ପ୍ରତିଦିନ ୨ ଜଣ ଲେଖାଏଁ ପାଳି କରି ଜଙ୍ଗଲ ଜଗିବାକୁ ଯାଉଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ମାଆ ଗ୍ରାମେଶ୍ୱର ବନ ସୁରକ୍ଷା ସମିତି ଗଠନ କରାଯାଇଛି ।