ଜଙ୍ଗଲରେ ନିଆଁ: ଗୋଟିଏ ବିଭାଗ ଲଗାନ୍ତି, ଆଉ ଗୋଟେ ବିଭାଗ ଲିଭାନ୍ତି: ବିଜେପି ବିଧାୟକ

98

କନକ ବ୍ୟୁରୋ: ଜଙ୍ଗଲରେ ଗୋଟିଏ ବିଭାଗ ନିଆଁ ଲଗାଏ, ଆଉ ଗୋଟେ ବିଭାଗ ନିଆଁ ଲିଭାଏ । ଏକଥା ଆମେ କହୁନୁ ବରଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏଭଳି କିଛି ଖୁଲାସା କରିଛି ବିଜେପି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି କି, ଜଙ୍ଗଲରେ ନୂଆ କେନ୍ଦୁପତ୍ର ପାଇଁ ଗଛ ମୂଳରେ ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ପ୍ରତିବର୍ଷ ନିଆଁ ଲଗାନ୍ତି ଏବଂ ଏହି ନିଆଁକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଯାଇ ଲିଭାନ୍ତି । କିନ୍ତୁ ଏବେ ସରକାର ନିଆଁ ଲିଭାଇବାକୁ ଗୁରୁତ୍ୱ ଦେଉନଥିବାରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏବେ ନିଆଁର ଆତଙ୍କ ଖେଳିଛି ।

ବିଶେଷ କରି ଦେବଗଡ଼ ଜିଲ୍ଲାରେ ଏମିତି ଏବେ ସ୍ଥିତି ହୋଇଛି ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ବନଖଣ୍ଡକୁ ଜଣାଇଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉନି । କି କେହି ଶୁଣୁନାହାନ୍ତି, ଏମିତି ଆଜି ନୁହେଁ ବର୍ଷ ବର୍ଷ ହେବ ଚାଲି ଆସୁଛି ସେଥିପାଇଁ ଆମେ ଜଙ୍ଗଲ ଓ ପରିବେଶ ବିଭାଗକୁ ଜଣାଇବା ସହ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛୁ ବୋଲି କହିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ତେବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଏବେ ବିଜେପିର ବୟାନ ଜଙ୍ଗଲ ନିଆଁ ଭଳି ବ୍ୟାପିବାରେ ଲାଗିଛି ।