ନୀଳଗିରିର ପ୍ରତାପ ନନା ଏବେ ବିଦେଶ ଗସ୍ତରେ : ଛୋଟଛୁଆଙ୍କୁ ରସଗୋଲା ଖୁଆଇଲେ, ପାର୍କ ଯାଇ କୁମ୍ଭୀର ସହ ଫଟୋ ଉଠାଇଲେ

645

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଠ ଦିନିଆ ବିଦେଶ ଗସ୍ତରେ ଯାଇ  ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ସମୟ ବିତାଉଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ । ଗାମ୍ବିଆରେ ବି ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀଙ୍କ ସରଳତା । ବିଦେଶ ଗସ୍ତରେ ବି ବଦଳି ନାହାନ୍ତି ପ୍ରତାପ ନନା । ଓଡ଼ିଶାରେ ନନା ଯେପରି ଗାମ୍ବିଆରେ ବି ଠିକ ସେହିପରି ତାଙ୍କର ଚପଳତା, ହାବଭାବ, ଚାଲିଚଳନ ଦେଖିବାକୁ ମିଳିଛି ।

ନୀଳଗିରିର ପ୍ରତାପ ନନା ଏବେ ବିଦେଶ ଗସ୍ତରେ । ଗାମ୍ବିଆରେ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ନନା । ଅତି ସରଳ ପ୍ରତାପ ଷଡ଼ଙ୍ଗୀ ଗାମ୍ବିଆର ବିଭିନ୍ନ ସ୍ଥାନ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବାରୁ ଦେଖିବାକୁ ମିଳିଛି । ଗାମ୍ବିଆର ବଞ୍ଜୁଲରେ ନମସ୍ତେ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲକୁ ବୁଲିଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେଠାରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଠିକ୍ ସେହିପରି ଓଡ଼ିଶା ରସଗୋଲାକୁ ଜିଆଇ ଟାଗ୍ ମିଳିବା ପରେ ବିଦେଶରେ ଛୋଟ ଛୋଟ ପିଲାଙ୍କୁ ରସଗୋଲା ଖୁଆଇ ଖୁସି ମନାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ବିଦେଶ ଗସ୍ତର ସମସ୍ତ ଫଟୋ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟରରେ ଶେୟାର କରିଛନ୍ତି ।

ଅନ୍ୟପଟେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗିନିରେ ଭାରତର ସରକାରଙ୍କ ପ୍ରତିନିଧି ଭାବେ ତିନୋଟି ଏମୟୁ ସ୍ୱାକ୍ଷର କରିଛନ୍ତି । ଗୁଏନାରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ସହଯୋଗ ସହ ଶକ୍ତି କ୍ଷେତ୍ରରେ ଦୁଇଟି ଏମଓୟୁ ସ୍ୱାକ୍ଷର କରିଛନ୍ତି । ସେହିପରି ଭାରତ ସରକାରଙ୍କ ଇ- ବିଦ୍ୟାଭାରତୀ ଓ ଇ-ଆରୋଗ୍ୟଭାରତ ନେଟୱର୍କ ପାଇଁ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହାସହ ଭାରତ ଗିନିରେ ୧୭୦ ମିଲିୟନ୍ ଡଲାର ବ୍ୟୟରେ ନିର୍ମିତ ଜଳ ସଂଯୋଗ ପ୍ରକଳ୍ପକୁ ସହଯୋଗ କରିବ ବୋଲି ଘୋଷଣା କରିଛି ।