ଭାରତୀୟ ରେଳ ବିଭାଗ ଏଥର ଆପଣଙ୍କୁ ରୋଜଗାର କରିବାର ସୁଯୋଗ ଦେଇଛି । ଅଳ୍ପ ନିବେଶ କରି ବଢାନ୍ତୁ ନିଜର ରୋଜଗାର ।

170

କନକ ବ୍ୟୁରୋ : କ’ଣ ଆପଣ ବି ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣ ଭାରତୀୟ ରେଳ ବିଭାଗର ଏକ ପ୍ରମୁଖ ଯୋଜନାରେ ଅଂଶ ଗ୍ରହଣ କରି ଭଲ ରୋଜଗାର କରିପାରିବେ । କହିରଖୁ କି ଭାରତୀୟ ରେଳ ବିଭାଗ ଘରୋଇ ନିବେଶ କୁ ପ୍ରାଧାନ୍ୟ ଦେଇଛି । ଏହି ଯୋଜନାର ନାମ ରହିଛି ଦର୍ବ୍ୟ ଛାୟା ଯୋଜନା । ଏହା ମାଧ୍ୟମରେ ଆପଣ ରେଳ ଷ୍ଟେସନ, ଓ ତା’ର ଆଖ ପାଖ ସଡକ ପାଖରେ ଛୋଟ ଛୋଟ କ୍ୟାବିନ୍, ଚା ଦୋକାନ କରି ଭଲ କିଛି ରୋଜଗାର କରିପାରିବେ ।
ଆସନ୍ତୁ ଜାଣିବା ଏହି ଯୋଜନାରୁ କିଭଳି ଆପଣ ଲାଭ ଉଠାଇ ପାରିବେ ।
ନୂତନ ସାମଗ୍ରୀ ଛାୟା ନିର୍ମାଣ କରିବ ରେଳ ବିଭାଗ । ରେଳ ମନ୍ତ୍ରଣାଳୟର ‘ଗୁଡ୍ ସେଡ୍ ବିକାଶ ନୀତି’ ନୂତନ ଗୁଡ୍ ସେଡ୍ ନିର୍ମାଣ କରାଯିବ । ଏହା ସହ ଘରୋଇ କମ୍ପାନୀ ମାନଙ୍କ ସହାୟତାରେ ପୁରୁଣା ଗୁଡ୍ ସେଡ୍ ଗୁଡିକର ଉନ୍ନତି କରାଯିବ । ଏହା ସହ ବର୍ତମାନ ଚଳନ୍ତି ଅବସ୍ଥାରେ ଥିବା ଗୁଡ୍ ସେଡ ଗୁଡିକର ବିକଶିତ କରାଯାଇ ଟର୍ମିନାଲ କ୍ଷମତା ବୃଦ୍ଧି କରାଯିବ । ଆପଣ ମଧ୍ୟ ରେଳବାଇର ଏହି ଯୋଜନା ଅଧିନରେ ନିବେଶ କରିପାରିବେ ।
ଯଦି ଆପଣ ରେଳବାଇର ଏହି ଯୋଜନା ଅଧିନରେ ଷ୍ଟେସନ ନିକଟ କିମ୍ବା ରାସ୍ତା କଡରେ ସାମଗ୍ରୀ ସେଡ୍ ବିକଶିତ କରିବାରେ ବିନିଯୋଗ କରନ୍ତି ତେବେ ରେଳବାଇ ଆପଣଙ୍କୁ ଛୋଟ କ୍ୟାଣ୍ଟିନ ଓ ଚା ଦୋକାନ କରିବା କିମ୍ବା ଷ୍ଟେସନ ଚାରିପଟେ ବିଜ୍ଞାପନ ଲଗାଇବା ପାଇଁ ଅନୁମତି ଦେବେ । ଯାହା ମାଧ୍ୟମରେ ଆପଣ ଭଲ ରୋଜଗାର କରିପାରିବେ ।
ଘରୋଇ ନିବେଶକ ମାନଙ୍କ ଦ୍ୱାରା ଏହାର ବିକାଶ କରାଯିବ । ଯାହା ମଧ୍ୟରେ ସେମାନଙ୍କୁ ସାମଗ୍ରୀ ଅନ୍ଲୋଡ ସୁବିଧା, ଶ୍ରମିକ ମାନଙ୍କ ପାଇଁ ସୁବିଧା, ଗୁଡ୍ ସେଡର ପରିଚାଳନା ସୁବିଧା, ପାଇଁ ଅନୁମତି ଦିଆଯିବ । ଘରୋଇ ନବେଶକ ମାନେ ଏହିସବୁର ବିକାଶ କରିବାକ ନିଜର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ସମସ୍ତ ସୁବିଧା ରେଳବାଇରୁ ଅନୁମୋଦନ ଡିଜାଇନ ଉପରେ ଆଧାରିତ ।

ରେଳବାଇ ଘରୋଇ ନିବେଶକଙ୍କ ଠାରୁ କୌଣସି ଦେୟ ଦାବି କରିବ ନାହିଁ । ଘରୋଇ ନିବେଶକଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବେଶିଷ୍ଠ୍ୟଗୁଡିକ ଏକ ସାଧାରଣ ଉପଭୋକ୍ତା ସୁବିଧା ଭାବେ ବ୍ୟବହାର କରାଯିବ ।