ଫୁଟବଲ ଖେଳାଳିରୁ ପାଇପ୍ ମିସ୍ତ୍ରୀ । ଦିନେ ପଡିଆରେ ଦମ ଦେଖାଉଥିଲେ । ଏବେ ଦିନ ମଜୁରିଆ ଦୁଇ ଖେଳାଳି

146

କନକ ବ୍ୟୁରୋ: ରାଉରକେଲାର ତୁଳସୀ ଏକ୍କା, କିଶୋର ତନ୍ତୀ । ପରିବାରର ପେଟ ପୋଷିବା ପାଇଁ ଖେଳ ଛାଡି ଏବେ ପାଲଟି ଯାଇଛନ୍ତି ଦିନ ମଜୁରିଆ । ଦିନେ ଏମାନେ ପ୍ରତିପକ୍ଷକୁ ମାତ ଦେଇ ଗୋଲ ପରେ ଗୋଲ୍ କରୁଥିଲେ କିନ୍ତୁ ଗରିବୀର ଗର୍ଜନରେ ଭାଙ୍ଗିପଡ଼ିଲା ତାଙ୍କ ସୁନେଲୀ ସ୍ୱପ୍ନ । ଏପରିକି ସରକାରୀ ପ୍ରୋତ୍ସାହନ ଅଭାବରୁ ଆଜି ମଜୁରିଆ ପାଲଟିଛନ୍ତି ଏହି ଦୁଇ ଖେଳାଳୀ ।

ତୁଳସୀ ଏକ୍କା ରକ୍ଷଣ ଭାଗ ଖେଳାଳୀ ଥିବା ବେଳେ, କିଶୋର ମିଡଫିଲଡର ଭାବେ ଖେଳୁଥିଲେ । କଟକ ସହ କଲିକାତର ଅନେକ ନାମକରା କ୍ଲବ ପାଇଁ ଖେଳି ସେମାନେ ଅନେକ ସୁନାମ ମଧ୍ୟ ଆଣିଥିଲେ । କେବଳ ଏତିକି ନୁହେଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଇଁ ସେମାନେ ଅନେକ ମ୍ୟାଚ ଖେଳିଥିଲେ । ସବୁଠୁ ବଡ କଥା ସନ୍ତୋଷ ଟ୍ରଫିରେ ମଧ୍ୟ ଏମାନେ ପ୍ରତିନିଧିତ୍ୱ କରିଥିଲେ । ତେବେ କୌଣସି ପ୍ରୋତ୍ସାହନ ନମିଳିବାରୁ ସେମାନେ ଖେଳ ଛାଡି ପରିବାର ଚଳାଇବା ପାଇଁ ଶ୍ରମିକ ପାଲଟିଯାଇଛନ୍ତି । ଶୁଣନ୍ତୁ ତାଙ୍କ ମୁହଁରୁ ଦୁଃଖର କାହାଣୀ । ଆଦିବାସୀ ଅଞ୍ଚଳର ଏହି ଖେଳାଳୀ ମାନେ ରାଜ୍ୟ ପାଇଁ ଗୌରବ ଆଣିବି ଆଜି ଅବହେଳିତ ହୋଇଛନ୍ତି । କେବେଳ ଏହି ଦୁଇ ଜଣ ଖେଳାଳୀ ନୁହେଁ ପୂର୍ବରୁ ଆଉ ଜଣେ ଖେଳାଳୀ ଶଙ୍ଖ ମାରାଣ୍ଡି ମଧ୍ୟ ପ୍ରୋତ୍ସାହନ ଅଭାବରୁ ଖେଳଛାଡି ରଙ୍ଗ ମିସ୍ତ୍ରୀ ପାଲଟିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଆମ ରାଜ୍ୟକ୍ରୀଡାର ହବ ପାଲଟିଥିବା ବେଳେ ଏମାନେ ଅବହେଳାର ଶିକାର ହେଉଛନ୍ତି । ସରକାର କ୍ରୀଡା ଓ କ୍ରୀଡାବିତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରତିଭାବାନ୍ ଖେଳାଳି ଦୁଇଗଣ୍ଡା ଖାଇବାକୁ ତରସି ଯାଉଛନ୍ତି । ଏମିତି କି ସେମାନଙ୍କ ସ୍ୱପ୍ନ ସାମ୍ନାରେ ପରିବାରର ପ୍ରତିପୋଷଣ ପରୀକ୍ଷା ଭାଗ୍ୟ ଛିଡ଼ା କରିଦେଉଛି ।