କରୋନା ଭିତରେ କୋରାପୁଟ ଲମତାପୁଟରେ ଫୁଟବଲ ମ୍ୟାଚ୍ । ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ କୋରାପୁଟ ଏସପି । ମ୍ୟାଚ୍ ବେଳେ ଏକାଠି ହୋଇଥିଲେ ଶହଶହ ଲୋକ

135

କନକ ବ୍ୟୁରୋ: କରୋନା କାଳରେ କୋରାପୁଟରୁ ଆସିଛି ଏପରି ଏକ ଚିତ୍ର ଯାହା ଆପଣଙ୍କୁ ବି ଚିନ୍ତାରେ ପକାଇବା । କୋରାପୁଟ ଲମତାପୁଟରେ ଆୟୋଜନ ହୋଇଛି ଫୁଟବଲ୍ ମ୍ୟାଚ୍ । ମ୍ୟାଚ୍ ଦେଖିବାକୁ ପଡିଆ ଚାରିପଟେ ଏକାଠି ଜମିଛନ୍ତି ଶହ ଶହ ଲୋକ । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଚିୟରଗାର୍ଲଙ୍କ ନାଚ ବି ଚାଲିଛି । ଶହ ଶହ ଲୋକ ଏକାଠି ହୋଇ କରୋନା କାଳରେ ଫୁଟବଲ୍ ମ୍ୟାଚ୍ ସହିତ ମଡର୍ଣ୍ଣ ଡ୍ୟାନ୍ସର ବି ମଜା ନେଉଛନ୍ତି । କହିବାକୁ ଗଲେ ଫୁ କରି ଉଡାଇ ଦିଆଯାଇଛି ସାମାଜିକ ଦୂରତା ନିୟମ ।

ମାସ୍କ ପିନ୍ଧିବାର ନିୟମକୁ ବି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଆୟୋଜନ ହୋଇଛି ଏପରି ଫୁଟବଲ୍ ମ୍ୟାଚ । ଏଥିରେ ଅତିଥୀ ଭାବେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ଯୋଗ ଦେଇ ଏହାର ଦେଖଣାହାରି ପାଲଟିଛନ୍ତି । କରୋନା କାଳରେ କୋରାପୁଟ ଲମତାପୁଟର ଏପରି ଚିତ୍ର କରୋନା କାଳରେ କଟକଣା ପାଇଁ ଉପହାସ ପରି ହୋଇଛି । କନକନ୍ୟୁଜରେ ଖବର ପ୍ରସାରଣ ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି ମୁକେଶ ଭାମୁ । ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି ।