କେନ୍ଦ୍ରାପଡା : ଦହିବରା ଆଳୁଦମ ଖାଇ ୫୦ରୁ ଅଧିକ ଅସୁସ୍ଥ

15

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୁଣ୍ଡିଲୋ ଗାଁରେ  ଦହିବରା ଆଳୁଦମ ଖାଇ ୫୦ ଜଣରୁ ଅଧିକ ଲୋକେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ଅସୁସ୍ଥମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ  ଗାଁରେ ପାଟକୁରା ମେଡିକାଲ ଓ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରି ଟିମ ପହଁଚିଛି । ଗତକାଲି ଗାଁକୁ ବିକ୍ରି ପାଇଁ ଆସିଥିବା ଦହିବରା ଖାଇସାରିବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ କରିଛନ୍ତି ।