କ୍ଷୀପ୍ରଗତିରେ ଓଡ଼ିଶା ଆଡକୁ ମାଡି ଆସୁଛି଼ ‘ଫୋନି’ । ପୁରୀ ଠାରୁ ୭୨୦ କିଲୋମିଟର ଦୂରରେ ରହିଛି ବାତ୍ୟା । ୧୭ ଜିଲ୍ଲା ପାଇଁ ରେର୍ଡ ଆଲର୍ଟ

494

କନକ ବ୍ୟୁରୋ: ବାତ୍ୟା ଫନି କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଫୋନି ସିଭିୟର ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି । ଆଗକୁ ଏହା ଆହୁରି ଘନିଭୁତ ହେବ । ୩ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ସେତେବେଳେ ପବନର ବେଗ ଘଂଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ରହିବ । ବାତ୍ୟା ଫନି ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିପାରେ । ବାତ୍ୟା ଫୋନି କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଫୋନି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି ।

ଆଗକୁ ଏହା ଆହୁରି ଘନିଭୁତ ହେବ । ବାତ୍ୟା ଫୋନି ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୨୦ କିଲୋମିଟର ଓ ବିଶାଖପାଟଣାଠାରୁ ୪୯୦କିମି ଦୂରରେ ବାତ୍ୟା ଫୋନୀ ରହିଛି । ତେବେ ଶେଷ ୬ଘଂଟା ମଧ୍ୟରେ ଏହି ସାମୁଦ୍ରିକ ଝଡର ବେଗ ବେଶ କମି ଯାଇଛି । ବର୍ତ୍ତମାନ ଏହାର ବେଗ ରହିଛି ଘଂଟାପ୍ରତି ମାତ୍ର ୭ କିଲୋମିଟର । ତେବେ ରାଡାର ଭିତରକୁ ଆସିବା ପରେ ବାତ୍ୟା ମାଡ କେଉଁଠି ମାଡ ହେବ ତାହା ସ୍ପଷ୍ଟ ହେବ ।

ଏହା ଉପକୂଳରେ ନ ଯାଇ ଟିକିଏ ଦୂରରେ ସ୍ଥଳଭାଗରେ ଯିବ। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଦୟଗିରିରେ ସ୍ଥଳ ଭାଗ ଛୁଇଁବ, ଯେତେବେଳ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ଓ ସ୍ଥଳ ବିଶେଷରେ ୨୧୦ କିଲୋମିଟର ରହିଥିବ। ଏହା ପରେ ଖୋର୍ଧା ଜିଲ୍ଲାର ଭୁବନେଶ୍ବର, କଟକର ବାଙ୍କୀ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଦେଇ ପଶ୍ଚିମବଙ୍ଗ ଛୁଇଁବ। ବାତ୍ୟାର ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ୩ ଓ ୪ ତାରିଖ ପାଇଁ ଓଡ଼ିଶାର ୧୭ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରିଛନ୍ତି।

କୁହାଯାଇଛି ଯେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, କଟକ, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍ ୧୨୦ରୁ ୧୮୦ ମିମି ବର୍ଷା ହୋଇପାରେ। ପୁରୀ, ଖୋର୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ।

ଅନ୍ୟପଟେ ଜିଲ୍ଲାପାଳମାନେ ମଧ୍ୟ ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପ୍ରଭାବିତ ଆଶଙ୍କା ଥିଲା ଜିଲ୍ଲାମାନଙ୍କରେ ଥିବା ମୋଟ ୮୭୯ ବାତ୍ୟା ଆଶ୍ରୟ ଗୃହକୁ ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଯଦି ଆସନ୍ତା ୩ ତାରିଖରେ ବାତ୍ୟା ଫୋନି ଭୂଖଣ୍ଡ ଛୁଏଁ, ତେବେ ୨ ତାରିଖରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଏହା ସହ ବାତ୍ୟାର ମୁକାବିଲା ପାଇଁ ମୁଣ୍ଡୁଲିଠାରେ ୧୨ ୟୁନିଟ ଏନଡିଆରଏଫ, ୨୦ ୟୁନିଟ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଦଳକୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ସୂଚନା ମିଳିଛି ।