୧୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ : ହେଲେ ୭ଟି ଜିଲ୍ଲାକୁ ଅସ୍ତବ୍ୟସ୍ତ କରିବ କୁହୁଡ଼ି

716

କନକ ବ୍ୟୁରୋ : ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୦ ଓ ୧୧ ତାରିଖରେ କଟକ, ପୁରୀ ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ନହେ‌ଲେ ସେଭଳି ବଡ଼ ଧରଣର ପରିବର୍ତନ ହେବନି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା‌ରେ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ରାତିର ତାପମାତ୍ରା ବୃଦ୍ଧି ପାଇଛି । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୦.୫, ସୋନପୁରରେ ୧୧.୨, ସୁନ୍ଦରଗଡ଼ରେ ୧୨.୫, ଟିଟିଲାଗଡ଼ରେ ୧୨.୬, କୋରାପୁଟରେ ୧୩, ସମ୍ବଲପୁରରେ ୧୩.୪, ଅନୁଗୁଳରେ ୧୩.୬ ଡିଗ୍ରି ରେକର୍ଡ କରାଯାଇଛି ।