କୋରାପୁଟରେ ଆରମ୍ଭ ହୋଇଛି ପଣସ ମଞିରୁ ଅଟା ପ୍ରସ୍ତତି । ପ୍ରଥମ ପର୍ଯ୍ୟାୟରେ ଏକ ଟନରୁ ଅଧିକା ମଞିରୁ ଅଟା ପ୍ରସ୍ତତି ଲକ୍ଷ୍ୟ । ୧୨ଟି ବ୍ଳକରୁ କରାଯାଉଛି ପଣସ ମଞି ସଂଗ୍ରହ । 

301

କନକ ବ୍ୟୁରୋ: ପଣସ ମଞିରୁ ପ୍ରସ୍ତୁତ ହେଉଛି ଅଟା ଆଉ ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ଜୀବନ ଦାନ ସଦୃଶ୍ୟ ।  ପୂର୍ବରୁ ଗହମରୁ ଅଟା ପ୍ରସ୍ତତି ଓ ଏହାର ବ୍ୟବହାର ସମ୍ପର୍କରେ ଆମେ ଜାଣି ଥିଲେ । ହେଲେ ପଣସ ଅଟା ଖାଦ୍ୟ ସହ ମଧୁମେହ ରୋଗକୁ ଦୂର କରେ ତାହା ଆମେ ଜାଣି ନଥିଲେ । ଏହା ଆମେ କହୁନୁ,  କେରଳର ଜଣେ ବୈଜ୍ଞାନିକ ପ୍ରଧାନମନ୍ତ୍ରୀଙ୍କୁ ନିଜର  ଭଚ୍ରୁଆଲ ମିଟିଙ୍ଗରେ ଏନେଇ ବିଶ୍ଳେଷଣ କରି ଜଣାଇଛନ୍ତି ।

ପଣସର ଗୁଣ ସହ ଏହାର ବ୍ୟବହାର, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଧ୍ୟାନର ସହ ଶୁଣିଛନ୍ତି । ଯଦି ଜଣେ ସକାଳ ଜଳଖିଆ କି ମଧ୍ୟାହ୍ନ ଭୋଜନରେ ଏକ ଚାମଚ ପଣସ ଅଟାକୁ  ଖାଦ୍ୟ ରୂପେ ବ୍ୟବହାର କରନ୍ତି ତାହା ହେଲେ ୩ ମାସ ଭିତରେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ଆଣିପାରିବ ।  ବୈଜ୍ଞାନିକଙ୍କ ଏହି ବାର୍ତ୍ତା ଶୁଣିବା ପରେ କୋରାପୁଟ ଜିଲ୍ଲା  ପ୍ରଶାସନ ମଧ୍ୟ କେରଳ ଢ଼ାଞ୍ଚାରେ  ଏବେ ପ୍ରସ୍ତୁତି  ଆରମ୍ବ କରିଛି ।

ପୂର୍ବରୁ ପଣସ ଚିପସ୍ ତିଆରି ହେଉଥିବା ବେଳେ ଏବେ ପଣସ ଅଟା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଉ ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ।  କେରଳର ଜଣେ ବୈଜ୍ଞାନିକ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭର୍ଚୁଆଲ ମିଟିଙ୍ଗରେ ଏନେଇ ବିଶ୍ଳେଷଣ କରି ଜଣାଇଛନ୍ତି । କୋରାପୁଟ ଜିଲ୍ଳାରେ ପ୍ରଚୁର ପରିମାଣରେ ପଣସ  ଆଦାୟ ହୋଇଥାଏ । ହେଲେ ପଣସ ମଞିର ବ୍ୟବହାର ସାଧାରଣ କ୍ଷେତ୍ରରେ ଗାଁ ଗହଳିରେ କ୍ୱଚିତ ପରିମାଣରେ ହୋଇଥାଏ । ଏଠାକାର ପଣସକୁ ସସ୍ତାରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ ଟନ ଟନ୍ କିଣି ନେଉଥିଲେ । ଏବେ ଏହି ପଣସ ମଞିରୁ ବିଭିନ୍ନ ଦ୍ରବ୍ୟ ତିଆରି କରିବାକୁ ଯୋଜନା ପ୍ରସ୍ତୁତ ହୋଇ କାମ ଆଗକୁ ବଢ଼ୁଛି  ଆଉ ଏହା ଆଦିବାସୀ ଅଚଂଳବାସୀଙ୍କ ଜୀବନ ଜିବିକାରେ ଉନ୍ନତି ଆଣିପାରିବ ବୋଲି ସ୍ଥାନୀୟ ଲୋକଙ୍କ ଆଶା ରହିଛି  ।

ଜିଲ୍ଳା ପ୍ରଶାସନ ଓ ଓରମାସ ମିଳିତ ପ୍ରୟାସରେ ପଣସର ପ୍ରକ୍ରିୟାକରଣର ପାଇଁ ଜିଲ୍ଳାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ବ ହୋଇଛି ।  ପୂର୍ବରୁ ପଣସ ଚିପସ୍ ତିଆରି ହେଉଥିବା ବେଳେ ଏବେ ପଣସ ଅଟା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ଜ୍ିଲ୍ଳାର ନାରାୟଣ ପାଟଣା, ଦଶମନ୍ତପୁର, କୋଟିଆ, ଲକ୍ଷ୍ମୀପୁର ବ୍ଳକ୍ ଭଳି ଜିଲ୍ଳାର ୧୨ଟି ବ୍ଳକରୁ ପଣସ ମଞି ସଂଗ୍ରହ ଅଭିଯାନ ଆରମ୍ବ ହୋଇଛି । ପ୍ରଥମେ ଏକ ଟନରୁ ଅଧିକା ମଞିରୁ ଅଟା ପ୍ରସ୍ତତି ଆରମ୍ଭ ହେବ ପରେ ଏହାର ସମ୍ପ୍ରସାରଣ କରାଯିବ ବୋଲି ଓରମାସ ଅଧିକାରୀ କହିଛନ୍ତି । ବର୍ତମାନ ଏହା ପରୀକ୍ଷାମୁଳକ ଭାବେ ରହିଥିବା ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ଡ଼ିନ୍ କହିଛନ୍ତି ।