ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ। ବନ୍ୟା ଯୋଗୁ ଗଲାଣି ୧୧୮ ଜୀବନ।

111

କନକ ବ୍ୟୁରୋ : ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଶହ ଶହ ଲୋକ ବନ୍ୟା କାରଣରୁ ନିଜ ବାସ ହରାଇଥିବାବେଳେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଚାରିଆଡେ ଜଳର ଅତ୍ୟାଧିକ ମାତ୍ରା ଉଭୟ ମଣିଷ ଓ ଜୀବଙ୍କୁ ବିପଦରେ ପକାଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୧୧୮ ଜଣଙ୍କ ମୃତ୍ୟୁହେଲାଣି । ଗତ ୨୪ ଘଣ୍ଟାରେ ୧୦ ଜଣଙ୍କର ମୃତ୍ୟୁହୋଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ବିଭାଗର ତଥ୍ୟ ଅନୁସାରେ ୨୮ ଜିଲ୍ଲାରେ ୩୩ ଲକ୍ଷଲୋକ ପ୍ରଭାବିତ ହୋଇଛନ୍ତି ।