ଭାସୁଛି ରାଜସ୍ଥାନ, ବୁଡିଛି ଗୁଜରାଟ: ଦୁଇ ରାଜ୍ୟରେ ପ୍ରଳୟ କରୁଛି ଲଗାଣ ବର୍ଷା

143

କନକ ବ୍ୟୁରୋ: ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ ସଙ୍ଗୀନ ହୋଇଛି ବନ୍ୟା ସ୍ଥିତି । ଘର ଦ୍ୱାରା ରାସ୍ତାଘାଟ ସବୁଠି ବନ୍ୟା ପାଣି ବୁଡି ରହିଥିବାବେଳେ ଲୋକଙ୍କ ଜୀବନଯାତ୍ରାକୁ ଏହା ବିଶେଷ ମାତ୍ରାରେ ପ୍ରଭାବିତ କରିଛି । ଲୋକେ ଘରୁ ବାହାରକୁ ବାହାରିପାରୁନଥିବାରୁ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ।

ରାଜସ୍ଥାନରେ ପ୍ରବଳ ମୌସୁମୀ ବର୍ଷା କାରଣରୁ ବିପର୍ଯ୍ୟସ୍ତ ହୋଇପଡିଛି ପୂରା ରାଜ୍ୟ । ଗାଁ ଠୁ ସହର ଯୁଆଡେ ଚାହିଁବ ସବୁଠି ଖାଲି ପାଣି ଆଉ ପାଣି । ଲଗାଣ ବର୍ଷା ଫଳରେ ଯୋଧପୁର କୋଟା ସହର ସମେତ ରାଜ୍ୟର ଅନେକ ସହରରେ ବନ୍ୟା ପରିସ୍ଥିତି ଉପୁଜୁଛି । ରାସ୍ତା ଉପରେ ନଦୀ ଭଳି ଜଳ ପ୍ରବାହିତ ହେଉଛି । ଜଳ ନିସ୍କାସନ ସୁବିଧା ନ ଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଏଥିସହ ଟ୍ରେନ ଲାଇନ୍ ଗୁଡିକ ପାଣିରେ ବୁଡି ରହିଥିବାରୁ ଟ୍ରେନ ଚଳାଚଳ ବି ବାଧା ପ୍ରାପ୍ତ ହୋଇଛି ।

ଦେଶରେ ମୌସୁମୀ ଜନିତ ଲଗାଣ ବର୍ଷା କିଛି ରାଜ୍ୟ ପାଇଁ ଆଣିଦେଇଛି ବିପଦ । ରାଜ୍ୟସ୍ଥାନ, ଗୁଜୁରାଟ, ହିମାଚଳ ପ୍ରଦେଶ, ଉତର ପ୍ରଦେଶ ଭଳି ରାଜ୍ୟ ମାନଙ୍କରେ ଲଗାଣ ବର୍ଷା ଫଳରେ ସ୍ଥିତି ସଙ୍ଗିନ ହୋଇପଡିଛି । ରାସ୍ତା ଘାଟ, ଘର-ଦ୍ୱାରା ପାଣିରେ ବୁଡି ରହିଥିବାରୁ ଲୋକେ ଘରୁ ବାହାରକୁ ବାହାରିବ ଏକ ପ୍ରକାର ମୁସ୍କିଲ ହୋଇପଡିଛି ।

ଖାଲି ରାସ୍ତା ଘାଟ ନୁହେଁ ଲୋକଙ୍କ ଘର ଭିତରେ ବି ବନ୍ୟା ପାଣି ପଶିଯାଇଛି, ଯାହା ଫଳରେ ଲୋକଙ୍କୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ରାଜ୍ୟର ଯୋଧପୁର ଓ କୋଟାରେ ସବୁଠୁ ଅଧିକ ଖରାପ ସ୍ଥିତି ଦେଖିବାକୁ ମିଳିଛି । କୋଟାରେ ଚାମ୍ବଲ ନଦୀରେ ଜଳସ୍ତର କ୍ରମଶ ବୃଦ୍ଧି ପାଉଛି । ଏଠାରେ ଏନଡିଆରଏଫ ଟିମ୍ ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ଯୋଧପୁରରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ଆଜି ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ରାସ୍ତା ଅବରୋଧ ହୋଇଛି । ଗାଡି ମଟର ଚଳାଚଳରେ ବାଧା ଉପୁଜିଛି ।

ଜାମ୍ମୁ କାଶ୍ମିର, ହିମାଚଳ ପ୍ରଦେଶ, ଉତରପ୍ରଦେଶ, ଆସାମ ଭଳି ପାହାଡିଆ ରାଜ୍ୟ ମାନଙ୍କରେ ବର୍ଷା ପରେ ଭୂସ୍ଖଳନ ହେଇ ରାଜପଥ, ବ୍ରିଜ ଭାଙ୍ଗିଛି । ପାର୍ବତ୍ୟଂଚଳ ଭୂସ୍ଖଳନ ଯୋଗୁଁ ରାସ୍ତା ଘାଟ ବନ୍ଦ ରହିଛି, ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ସେପଟେ ରାଜସ୍ଥାନ ଭଳି ଗୁଜରାଟ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାସ୍ତାଘାଟ ପାଣିରେ ବୁଡି ରହିଥିବାରୁ ଲୋକେ ବୁଲଡୋଜର ସାହାର୍ଯ୍ୟରେ ରାସ୍ତା ପାର୍ ହେଉଛନ୍ତି । ରାଜ୍ୟରେ ଜଳ ନିସ୍କାସନ ବିପର୍ଯ୍ୟୟ ହୋଇପଡିଥିବା ବେଳେ କାଉଡିଆମାନେ ଅଂଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଛନ୍ତି । ଏବେ ସୁଦ୍ଧା ଦେଶର ପ୍ରାୟ ୨୫ ରାଜ୍ୟରେ ବନ୍ୟା ବିପତି ସୃଷ୍ଟି ହୋଇଛି ।