କନକ ବ୍ୟୁରୋ : ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏସଆରସି ସତ୍ୟବ୍ରତ ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା କହିଛନ୍ତି ଏସଆରସି । ତେବେ ଏହି ମଧ୍ୟମ ଧରଣର ବନ୍ୟା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ସତର୍କ କରାଯାଇଛି । ୨୩ଟି ଓଡ୍ରାଫ୍, ୮ଟି ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ୬୨ଟି ଟିମକୁ ନିୟୋଜିତ କରାଯାଇଛି ।
ମୁଣ୍ଡୁଳିରେ ଏବେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଆଗକୁ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।ଏହି ବନ୍ୟାଜଳ ପ୍ରବାହିତ ହେବାର ୧୨ ଘଣ୍ଟା ପରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀରେ କିଛି ଅଞ୍ଚଳରେ ବନ୍ୟା ଜଳ ପହଞ୍ଚିବ । ତେଣୁ ଏହି ୩ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ଲଗାଣ ବର୍ଷାକୁ ନେଇ ଏସଆରସି କହିଛନ୍ତି, ଏହାଦ୍ୱାରା ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଞ୍ଚାୟତର ୪୮୧ ଗାଁ ପ୍ରଭାବିତ ହୋଇଛି । ଏହି ସମୟରେ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦୩ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଇଛି । ବର୍ଷା କମିବା ପରେ ସ୍ଥିିତିରେ ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/19.jpg)