ବୈତରଣୀର ଶାଖାନଦୀ କାଣୀ ନଦୀରେ ଘାଇ : କଂଟାପଡ଼ା ଠାରେ ୫୦ ଫୁଟର ଘାଇ

132

କନକ ବ୍ୟୁରୋ : ବୈତରଣୀର ଶାଖାନଦୀ କାଣୀ ନଦୀର କଂଟାପଡ଼ା ଠାରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । କାଣୀ ନଦୀର କଂଟାପଡ଼ା ଠାରେ ପ୍ରତିବର୍ଷ ଘାଇ ହେଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଯାଜପୁର ଦଶରଥପୁର ବ୍ଲକର ଦତପୁର ଠାରେ ହୋଇଥିବା ନୂତନ ବନ୍ଧରୁ ଖସୁଛି ଅତଡ଼ା ।

ପୂର୍ବ ବର୍ଷ ଏଠାରେ ୨ଶହ ଫୁଟର ଘାଇ ହୋଇଥିଲା । ବୈତରଣୀର ଅର୍ଦ୍ଧାଉଳିଆ, ଦିହୁଡ଼ିସାହି ଓ କାଣୀର କଂଟାପଡ଼ା ଠାରେ ମଧ୍ୟ ଅତଡ଼ା ଖସୁଛି । ମଲ୍ଲିକାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ଏବେ ପାଣି ଘେରରେ ରହିଛି । ମଲ୍ଲିକାପୁର, ଦୁଦୁରାଅଂଟା, ଦତପୁର, ଶୁଶୁଆ ପଂଚାୟତର ଚାଷ ଜମିରେ ପାଣି ମାଡ଼ିଯିବା ସହ କିଛି ଅଂଚଳ ମଧ୍ୟ ଜଳମଗ୍ନ ହୋଇରହିଛି । କାଣୀ ନଦୀ ମଲ୍ଲିକାପୁର-ପଲାସାହି ମଝିରେ ଥିବା ପୋଲ ଉପରେ ୨ଫୁଟ ଉପରେ ପାଣି ଚାଲିଛି ।