ପୁରୀ ସମୁଦ୍ରରୁ ମିଳିଲା ଚମତ୍କାରୀ ପଥର : ପୁଷ୍କରଣୀରେ ଆଣି ପକାଇବା ପରେ ପାଣି ଉପରେ ଭାସୁଥିବା ଦେଖି ସମସ୍ତେ ଚକିତ

ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ରାମସେତୁର ଶିଳା ନେଇ ବଢ଼ିଲା ଚର୍ଚ୍ଚା; ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଜରୁରୀ

707

କନକ ବ୍ୟୁରୋ : ପୁରୀ ସମୁଦ୍ରରୁ ମିଳିଛି ଏକ ଭାସମାନ ପଥର ଖଣ୍ଡ । ସମୁଦ୍ରକୁ ମୂର୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଏହି ପଥରଟିକୁ ଦେଖିଥିଲେ । ଏହାକୁ ଆଣି ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ଦେଇଥିଲେ । ପଥରର ଏହି ବିଶେଷତ୍ବକୁ ପରଖିବା ଲାଗି ଏହାକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇବାରୁ ପଥରଟି ସେଠାରେ ମଧ୍ୟ ଭାସିଥିଲା । ସୋସିଆଲ ମିଡିଆରେ ଏହି ଭାସମାନ ପଥର ସମ୍ପର୍କିତ ଖବର ପ୍ରଚାର ହେବାପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି । କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଥିବାବେଳେ କେହି ପଥରର ବିଶେଷତ୍ବ ପରଖିବା ପାଇଁ ଲାବୋରେଟୋରିକୁ ନେବା ପାଇଁ ମତ ରଖୁଛନ୍ତି ।

ଶ୍ରୀ ଖୁଣ୍ଟିଆ କହିଛନ୍ତି ସରକାରଙ୍କ ପକ୍ଷରୁ ଯଦି ଏହି ପଥର ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଏ, ତେବେ ବାସ୍ତବ ତଥ୍ୟ ସାମ୍ନାକୁ ଆସିପାରନ୍ତା । ସୂଚନାଯୋଗ୍ୟ ଗତକାଲି ଗୋସାଣୀ ଯାତ୍ରା ତଥା ଭସାଣ ଉତ୍ସବ ଚାଲିଥିବା ବେଳେ ସମୁଦ୍ରରେ ଲହଡ଼ି ମାଡ଼ରେ ପଥରଟି ଭାସୁଥିବା ଦେଖିବାକୁ ପାଇଥିଲେ ଶ୍ରୀ ଜାଲି । ଏହା ଗବେଷଣାସାପେକ୍ଷ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ନେବାକୁ ପୁରୀ ସହରରେ ମତ ପ୍ରକାଶ ପାଇଛି ।